Take a fresh look at your lifestyle.

ଆର ପାରିରେ ଜିତୁ ବାବୁ

0 20

Get real time updates directly on you device, subscribe now.

ଢେଙ୍କାନାଳ: ସହରର ବିଶିଷ୍ଟ ବ୍ୟବସାୟୀ, ସୂର୍ଯ୍ୟ ହୋଟେଲ ଓ ମଣ୍ଡପ ର ମାଲିକ, ମିନlବଜାର ପୂଜା କମିଟି ର ପୂର୍ବତନ ସଭାପତି , ନଟରାଜ ସଙ୍ଗୀତ ମହାବଦ୍ୟାଳୟର ଉପଦେଷ୍ଟା ଜିତେନ୍ଦ୍ର ପଟ୍ଟନାୟକ ( ଜିତୁ ବାବୁ ) ଗତ ରାତ୍ର ୧.୩୦ମି, ସମୟରେ ଇହଧାମ ପରିତ୍ୟାଗ କରି ଚାଲିଗଲେ l ତାଙ୍କ ଶରୀର ଅସୁସ୍ଥତା ଯୋଗୁଁ ସେ ଭୁବନେଶ୍ୱରରେ ଚିକିତ୍ସିତ ହେବା ପରେ ନିଜସ୍ୱ ବାସଭବନ ମୀନା ବଜାରରେ ରହୁଥିଲେ । ପରଲୋକ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

ତାଙ୍କ ପରଲୋକ  ଖବର ପାଇ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକ ପ୍ରକଟ କରିଛନ୍ତି । ଏକ ବାର୍ତାରେ ଶ୍ରୀ ସାହୁ କହିଛନ୍ତି, ସ୍ୱର୍ଗତ ଜିତୁ ବାବୁଙ୍କର ସମାଜସେବାରେ ଅନେକ ଅବଦାନ ରହିଛି । ଗରୀବ ଲୋକଙ୍କ ପାଇଁ ସେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହିତ ବ୍ୟବସାୟୀକ କ୍ଷେତ୍ରରେ ତାଙ୍କର ଅବଦାନ ଅନ୍ୟ ବ୍ୟବସାୟୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଏହି ଦୁଃଖଦ ସମୟରେ ତାଙ୍କର ଶୋକ ସନ୍ତପ୍ତ ପରିବାରଙ୍କୁ ପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ ଏହାହିଁ ପ୍ରାର୍ଥନା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.