Take a fresh look at your lifestyle.

ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ମହିଳା ସଂପାଦିକା ସଂଯୁକ୍ତା ହୋତା

0 59

Get real time updates directly on you device, subscribe now.

ଢେଙ୍କାନାଳ : ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଜିଲା ମହିଳା ଶାଖା ସଂପାଦିକା ସଂଯୁକ୍ତା ହୋତା ଭାରତୀୟ ଜନତା ପାର୍ଟିରେ ମଙ୍ଗଳବାର ଯୋଗଦାନ କରିଛନ୍ତି । ଯୋଗଦାନ ପୂର୍ବରୁ ଶ୍ରୀମତୀ ହୋତା ନିଜର ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକ ଏବଂ ଜିଲା ସଭାପତି ପ୍ରଫୁଲ୍ଲ ମଲ୍ଲିକଙ୍କ ନିକଟକୁ ପଠାଇଛନ୍ତି ।

ଢେଙ୍କାନାଳ ସଦର ୧ନଂ ଜୋନରୁ ଜିଲ୍ଲାପରିଷଦ ପ୍ରାର୍ଥୀ ହେବାପାଇଁ ଦଳର ଜିଲା ସଭାପତି ଶ୍ରୀ ମଲ୍ଲିକଙ୍କ ନିକଟରେ ଆଗ୍ରହ ପ୍ରକାଶ କରିଥିଲେ । ଶ୍ରୀ ମଲ୍ଲିକ ବିଜେଡିରୁ ଟିକଟ୍ ଦେବାକୁ ମନା କରିବା ପରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ଜଣାପଡିଛି । ଏହି ଅବସରରେ ବଣସିଂହ ପାଟରାଣୀ ପୀଠ ପରିସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ବିଜେପି ଜିଲା ସଭାପତି ନରେଶ ମହାପାତ୍ର ଙ୍କ ଅନୁମତି କ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା, ପୂର୍ବତନ ଜିଲା ସଭାପତି ପ୍ରେମାନନ୍ଦ ଜେନା, ରାଜ୍ୟ ପରିଷଦର ସଦସ୍ୟା କମଳିନୀ ମହାନ୍ତି, ଚନ୍ଦନ ବେହେରା , କାମାକ୍ଷାନଗର ଏନଏସି ପ୍ରଭାରୀ ରବି ନାରାୟଣ ସାହୁ , ଶିଶିରକାନ୍ତ ନାୟକ ଏବଂ ଜିଲା ଉପସଭାପତି ମାତୃପ୍ରସାଦ ନନ୍ଦଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ସଂଯୁକ୍ତା ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।

ଦଳପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱଗତ କରିଥିଲେ । ସଂଯୁକ୍ତା ଙ୍କ ଯୋଗଦାନ ଦଳକୁ ମଜୁବୁତ କରିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜେନା ମତବ୍ୟକ୍ତ କରିଛନ୍ତି । ସଦର ୧ନଂ ଜୋନରୁ ସେ ଦଳୀୟ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି । ପୂର୍ବରୁ ସେ ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ବଣସିଂହ ସରପଞ୍ଚ ଥିଲେ ।

ଦୀର୍ଘ ୨୫ବର୍ଷ ଧରି ବିଜୁ ଜନତା ଦଳର ସଦସ୍ୟା ରହିବା ସହ ଗତ କିଛିମାସ ତଳେ ବିଜେଡି ଜିଲା ମହିଳା ଶାଖାର ସଂପାଦିକା ଭାବେ ମନୋନୀତ ହୋଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.