Take a fresh look at your lifestyle.

୯ ଶିଶୁ ଶ୍ରମିକ ଉଦ୍ଧାର

0 64

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହାଉସିଂ ବୋର୍ଡ କଲୋନୀ ଏବଂ ଗୋପାଳ ସାଗର ଅଞ୍ଚଳରେ ଚଢାଉ କରାଯାଇ ୯ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶିଶୁ ଶ୍ରମିକ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ନେଇ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିଦେ୍ର୍ଦଶରେ ଏକ ଟିମ ଗଠନ କରାଯାଇଥିଲା ।

ଏହି ଟିମରେ ଶ୍ରମ ଅଧିକାରୀଙ୍କ ସହିତ ପୋଲସ,ଡାକ୍ତର, ଡିସିପିଓ ଙ୍କ ଏବଂ child ଲାଇନର କର୍ମକର୍ତ୍ତାଙ୍କୁ ନିୟୋଜିତ କରାଯାଇଥିଲା । ଏହି ଟିମ ପୌରାଞ୍ଚଳର ଗୋପାଳ ସାଗର ଏବଂ ହାଉସିଂ ବୋର୍ଡ କଲୋନୀରେ ଚଢାଉ କରି ୨ ଜଣ କିଶୋରୀ ବାଳିକା ଙ୍କ ସହିତ ୭ଜଣ କିଶୋରଏବଂ ଶିଶୁଙ୍କୁ ଉଦ୍ଧାର କରାଯାଇଛି ।

ସେମାନଙ୍କୁ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଇଥିବାର ଜଣାପଡିଛି । ଏହି ଅନୁସାରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶ୍ରମ ଅଧିକାରୀ ପ୍ରକାଶ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.