Take a fresh look at your lifestyle.

ଦେଓଗାଁ ମିନି ଷ୍ଟାଡିୟମ୍‌ରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ସ୍ୱାଗତ ସମ୍ବର୍ଦ୍ଧନା

0 6

ଢେଙ୍କାନାଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ ଅବସରରେ ଆଜି ପୂର୍ବାହ୍ନ ରେ ହରିପୁର–ଦେଓଗାଁ ରାସ୍ତାର ଦେଓଗାଁ ମିନି ଷ୍ଟାଡିୟମ୍‌ ସମ୍ମୁଖରେ ପୂର୍ବତନ ବିଧାୟକ  ନବୀନ ନନ୍ଦଙ୍କ ନେତୃତ୍ୱରେ ତାଙ୍କୁ ବିପୁଳ ଭାବେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଢେଙ୍କାନାଳ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ଯୁବକ ଓ ଶତାଧିକ ଦଳୀୟ ନେତୃବୃନ୍ଦଙ୍କ ସମେତ ୫୦୦ରୁ ଅଧିକ ଯୁବକ ଯୋଗଦେଇ ଶ୍ରୀ ପ୍ରଧାନଙ୍କୁ ଉତ୍ସାହର ସହିତ ସ୍ୱାଗତ କରିଥିଲେ।

ଦେଓଗାଁ ମିନି ଷ୍ଟାଡିୟମ୍‌ ନିକଟରେ ପହଞ୍ଚିବା ପରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ କର୍ମୀ ଓ ଅଞ୍ଚଳବାସୀଙ୍କ ସହ ସୌହାର୍ଦ୍ଦପୂର୍ଣ୍ଣ ଭାବେ ମିଶିବା ସହ ଢେଙ୍କାନାଳର ପ୍ରସିଦ୍ଧ ବରା ଖାଇଥିଲେ। ଏହାସହିତ ସେ ଅଞ୍ଚଳର ବିଭିନ୍ନ ସମସ୍ୟା, ଭଲମନ୍ଦ ଓ ସ୍ଥାନୀୟ ଲୋକଙ୍କ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।

କିଛି ସମୟ ଦେଓଗାଁରେ ରହିବା ପରେ ଶ୍ରୀ ପ୍ରଧାନ ଦେଓଗାଁ ସ୍କୁଲ ଛକ ଦେଇ ଗନ୍ଦିଆ ଅଭିମୁଖେ ଯାତ୍ରା କରି ବାଜିରାଉତ ପୀଠ ଅଭିମୁଖେ ପ୍ରସ୍ଥାନ କରିଥିଲେ।

ଏହି ଅବସରରେ ପୂର୍ବତନ ବିଧାୟକ  ନବୀନ ନନ୍ଦଙ୍କ ସମେତ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ  ଠାକୁର ମହାନ୍ତ, ବରିଷ୍ଠ ଓକିଲ  ଦୀପ୍ତିଷ ପଟ୍ଟନାୟକ, ବିଶିଷ୍ଟ ଶିକ୍ଷାବିତ୍ ଡ. ରଜନୀକାନ୍ତ ତରାଇ, ଯୁବନେତା  ଟଙ୍କଧର ବାରିକ, ଶେଷଦେବ ରାଉତ,  ବାବୁଲି ହୋତା,  ଅସିତ୍ ମହାନ୍ତି,  ଶ୍ରୀଧର ପାତ୍ର,  ତୋଫାନ ଦାସ,  ଗଙ୍ଗାଧର ବେହେରା,   ସବୁଜ ପ୍ରତାପ ରାଉତ,  ପ୍ରସନ୍ନ ପତି,  ପୂର୍ଣ୍ଣଚନ୍ଦ୍ର ସାହୁ,  ରବି ମହାନ୍ତି, ଶ୍ରୀ ମାନସ ବାଘ,  ଗତିକୃଷ୍ଣ ସାହୁ,  ମାନସ ରଞ୍ଜନ ସାହୁ,  ବାବୁ ରଥ,  ରବି ନାୟକ,  ତରଣୀ ନାୟକଙ୍କ ସମେତ ବହୁ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ।

ସମଗ୍ର କାର୍ଯ୍ୟକ୍ରମକୁ ଯୁବନେତା  ଟଙ୍କଧର ବାରିକ ଓ ଶ ଶେଷଦେବ ରାଉତ ପରିଚାଳନା କରିଥିଲେ।

- Advertisement -

Leave A Reply

Your email address will not be published.