Take a fresh look at your lifestyle.

ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲାରେ ୯ ଲୁଟେରା ଗିରଫ

ସୁନା ଅଳଙ୍କାର ଓ ଟଙ୍କା ଉଦ୍ଧାର

0 51

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି ଗତ ୫ ଦିନ ତଳେ ହୋଇଥିଲା..ବେଳେ ପୋଲିସ କୁ ମିଳିଛି ସଫଳତା l ରାସୋଳ ପୋଲିସ ଜବତ କରିଛି ଲୁଟ ହୋଇଥିବା ସୁନା ଗହଣା ଓ ନଗଦ ଟଙ୍କା ସହ ତିନୋଟି,ମୋଟର ସାଇକେଲ I ଏଥି ସହିତ ଡକାୟତି ସମୟରେ ବ୍ୟବହାର କରିଥିବା ଏକ ଛୁରୀ ଓ ଚାରି ଟି ମୋବାଇଲ ସହିତ ଏକ ସି ସି ଟିଭି ଡି ଭି ଆର ଜବତ କରିଛି I

ଏ ସମ୍ପର୍କରେ ଆଜି ପୂର୍ବାହ୍ନରେ ରାସୋଳ ଥାନା ପରିସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋଗlନ୍ୟାଗୀ ଦିବ୍ୟା ଭି ଏକ ପ୍ରେସ ମିଟ କରି ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଜଣାଇଛନ୍ତି I ଗତ ୧୨ ତାରିଖ ଦିନ ପ୍ରାୟ ୨ ଟା ସମୟରେ ରାସୋଳଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ୬ ଜଣ ଯୁବକ ଦୁଇଟି ମୋଟର ସାଇକେଲ ଓ ଗୋଟିଏ ଆକ୍ଟିଭା ରେ ଆସି ବ୍ୟାଙ୍କ ଡକାୟତି କରି ଚାଲି ଯାଇଥିଲେ l ସେମାନଙ୍କ ଭିତରୁ ଚାରି ଜଣ ବ୍ୟାଙ୍କ ଭିତରେ ପଶିଥିଲା ବେଳେ ଅନ୍ୟ ଦୁଇଜଣ ବ୍ୟାଙ୍କ ସଟର ପକାଇ ବାହାରେ ଜଗି ରହିଥିଲେ l

ସେମାନେ ସମସ୍ତେ ମୁହଁରେ ମୁଖା ପିନ୍ଧିଥିବା ସହ ହାତରେ ଛୁରି,ଭୁଜାଲି ଓ ଲୁହାର ପଞ୍ଚ ବ୍ୟବହାର କରି ବ୍ୟାଙ୍କ ମ୍ୟାନେଜରଙ୍କୁ ଭୟଭୀତ କରିବା ସହ ମ୍ୟାନେଜର ଙ୍କ ସମେତ ତିନିଜଣଙ୍କୁ ଷ୍ଟ୍ରଙ୍ଗରୁମରେ ଭିତରେ ତାଲା ପକାଇ ଦେଇଥିଲେ। ବେଳେ ଡକାୟତମାନେ ଲକର ଭିତରୁ ନେଇଯାଇଥିବା ସୁନା ଅଳଙ୍କାର ଭିତରୁ ୫ କେଜୀ ୩୫୮ ଗ୍ରାମର ସୁନା ଗହଣା ଉଦ୍ଧାର କରାଯାଇଛି I ଯାହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି ଅନୁମାନ କରାଯାଉଛି।

ଏହା ସହିତ ନଗଦ ୧୨ ଲକ୍ଷ୍ୟ ୭୭ ହଜାର ୭୩୫ ଟଙ୍କା ନେଇ ପଳାଇଥିବା ବେଳେ ସେମାନଙ୍କ ଠାରୁ ପୋଲିସ ୧୧ ଲକ୍ଷ୍ୟ ୫୫ ହଜାର ଟଙ୍କା ଉଦ୍ଧାର କରିଛି l
ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟି ନେଇଥିବା ଚାରି ଟି ମୋବାଇଲ ଫୋନ ଏବଂ ବ୍ୟାଙ୍କ ସି ସି ଟିଭି କ୍ୟାମେରା ର ଡି ଭି ଆର କୁ ମଧ୍ୟ ପୋଲିସ ଜବତ କରିବା ସହ ଏହି ଡକାୟତି କେଶ ରେ ସଂଶ୍ଲିଷ୍ଟ ଥିବା ୧୧ ଜଣଙ୍କ ମଧ୍ୟରୁ ୯ ଜଣକୁଗିରଫ କରି କୋର୍ଟ ଚାଲାଣ କରାଯାଇଛି l
ଅନ୍ୟ ଡକାୟତ ମାନଙ୍କୁ ଖୁବ ଶୀଘ୍ର ଧାରା ଯିବ ବୋଲି ଏସ ପି କହିଛନ୍ତି l

ପୂର୍ବରୁ ଡକାୟତଙ୍କ ଆକ୍ରମଣରେ ବ୍ୟାଙ୍କର ଦୁଇ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ।ରାସୋଳ ହସ୍ପିଟାଲରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯlଇ ଥିଲା l

ଗତ ୧୨ ତାରିଖ ସାନ୍ଧ୍ୟ ସମୟରେ  ଡାକୟତ ମାନେ ବ୍ୟାଙ୍କ ଡକାୟତି କରି ଖସି ପଳାଉଥିବା ବେଳେ ଢେଙ୍କାନାଳ ସଦର ଥାନା ଗୋବିନ୍ଦ ପୁର ଠାରେ ସନ୍ଦେହ କରି ଗୋବିନ୍ଦପୁର ଫାଣ୍ଡି ପୋଲିସ ମାନସ ରଞ୍ଜନ ସାହୁ ଚାରି ଜଣ ଡକାୟତକୁ ଗୋଡେଇ ଧରିବାରେ ସଫଳ ହୋଇଥିଲେ l ସେବେଠୁ ଏହାର ତଦନ୍ତ ଚାଲୁ ରହିଥିଲା l

ଏହି ପ୍ରେସ ମିଟ ସମୟରେ ଅତିରିକ୍ତ ଏସପି ଶିଶୁ ରଞ୍ଜନ ମହାପାତ୍ର, ହିନ୍ଦୋଳ ଏସ୍ଡ଼ିପିଓ ମଳୟ କୁମାର ନାୟକ, ରାସୋଳ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l

- Advertisement -

Leave A Reply

Your email address will not be published.