Take a fresh look at your lifestyle.

ସେନା ଦିବସ ପାଳିତ

0 16

Get real time updates directly on you device, subscribe now.

ଢେଙ୍କାନାଳ: ଜାନୁଆରୀ ୧୫ ତାରିଖରେ ପ୍ରତିବର୍ଷ ଭାରତୀୟ ସେନା ଦିବସ ପାଳନ କରାଯାଇଥାଏ । ଏହି ଉପଲକ୍ଷେ ଢେଙ୍କାନାଳ ସହରର ଗୁରୁଦେବଜୀ ଫାଉଣ୍ଡେସନ୍ ତରଫରୁ ସହରରେ ବାସକରୁଥିବା ପୂର୍ବତନ ସେନାକର୍ମଚାରୀ କ୍ୟାପ୍ଟେନ୍ ଅଶ୍ୱିନୀ ବରାଳ, ନାଏକ ରବିନାରାୟଣ ସାହୁ, ଦୁର୍ଯେ୍ୟାଧନ ବେହେରା ପ୍ରମୁଖଙ୍କ ଘରକୁ ଯାଇ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନୁଷ୍ଠାନର ସଦସ୍ୟମାନେ ସେମାନଙ୍କ ସହିତ ଏହି ଦିବସ ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ସମାଜର ଉନ୍ନତି ନିମନ୍ତେ ଫାଉଣ୍ଡେସନ୍କୁ ସହଯୋଗ କରି କାର୍ଯ୍ୟ କରିବା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ସୌମ୍ୟବ୍ରତ ସାହୁ ସ୍ୱାଗତ କରିଥିଲେ । କରୋନା ମହାମାରୀ ସମୟରେ ଏହିଭଳି ନିଆରା କାର୍ଯ୍ୟକ୍ରମକୁ ପୂର୍ବତନ ସେନା କର୍ମଚାରୀମାନେ ଭୂୟଶୀ ପ୍ରଶଂସା କରିବା ସହିତ ଅନୁଷ୍ଠାନକୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ର ରବିନ୍ଦ୍ର ପରିଡା, ଆଶୁତୋଷ ପାଢୀ, ଇନ୍ଦ୍ରଜିତ୍ ସାହୁ, ଲୋପାମୁଦ୍ରା ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.