Take a fresh look at your lifestyle.

ବେକରେ ଲାଗିଲା ଗୁଡି ସୁତା, ଅଳ୍ପକେ ବର୍ତିଲେ ଯୁବକ

0 178

Get real time updates directly on you device, subscribe now.

ଢେଙ୍କାନାଳ : ମକର ପର୍ଵ ରେ  ଗୁଡ଼ି ଉଡ଼ା ରୁ ଏକ ବଡ଼ ଧରଣର ଅଘଟଣ ରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଢେଙ୍କାନାଳ ମୁଖ୍ୟ ରାସ୍ତା ଦେଇ ଯାଉଥିବା ବେଳେ ହଠାତ ଲଷ୍ମୀ ବଜାର ନିକଟରେ ଜଣେ ଯୁବକଙ୍କ ବେକରେ ଏକ ଗୁଡି ସୂତା ଲାଗିଯାଇଥିଲା। ତୁରନ୍ତ ସେ ଗାଡିକୁ ଅଟକାଇବା ସହିତ ଗାଡ଼ିରେ ଥିବା ତାଙ୍କ ପତ୍ନୀ କିଛି ବୁଝିବା ପୂର୍ବରୁ ଗୁଡେ଼ଇ ହୋଇଯାଇଥିବା ସୁତାକୁ କାଢ଼ିଥିଲେ।

ହେଲମେଟ ଖୋଲିଲା ବେଳକୁ ଯୁବକ ଙ୍କ ବେକରେ ଦାଗ ହୋଇ ଯାଇଥିଲା। ଏହା ଦେଖି ସେଠାରେ କିଛି ଲୋକ ଜମା ହୋଇ ଯାଇଥିଲେ ଓ ସୁତାକୁ କାଢ଼ିଥିଲେ।

ସହର ଭିତରେ ବେଆଇନ ଭାବରେ ଏଭଳି ଗୁଡି ଉଡ଼ା ଯାଉଥିବା ବେଳେ ଏହା ଛିଣ୍ଡି ଲୋକଙ୍କ ଜୀବନ ହାନି ହେବାର ଆଶଙ୍କା ରହିଛି। ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।ଯୁବକଙ୍କ ପରିଚୟ ମିଳିନାହିଁ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.