Take a fresh look at your lifestyle.

ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ରେ ମକର ସଂକ୍ରାନ୍ତି ପର୍ବ ପାଳିତ

0 42

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି | ପ୍ରାତଃ ସମୟ ରୁ ମଙ୍ଗଳ ଆଳତି, ମହାସ୍ନାନ, ମହାପ୍ରଭୁ ଙ୍କୁ ନୂତନ ବସ୍ତ୍ର, ଫୁଲ ହାର, ତୁଳସୀ ହାରରେ ସୁ ସର୍ଜିତ କରାଯାଇଥିଲା |

ପରେ ପହିଲି ଭୋଗ ଲାଗିକରାଯାଇଥିଲା | 1.30 ରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ମଙ୍ଗଳାର୍ପଣ ପୂଜା କରାଯାଇ ଚକା, ପୁଳି, କାକରା, ଅର୍ଣ୍ଣ ଭୋଗ, ମକର ଚାଉଳ ଭୋଗ ଲାଗିକରାଯାଇଥିଲା |

ମକରବେଢାରେ ମଦନ ମୋହନ ଙ୍କୁ ଘଣ୍ଟ, କାହାଳି, ଚାମର, ସେବା ଓ ବେଢାରେ ଦହି, ପାନ ଗୁଆ, ମକର ଚାଉଳ ଜିଲ୍ଲାପି, ପୁଳି, କାକରା, ଚକା ଭୋଗ ଧରି 7ଥର ମକରବେଢ଼ା ପରିକ୍ରମା କରାଯାଇଥିଲା |

ପୂଜକ ଭାଗିରଥି ପଣ୍ଡା, ଶ୍ରୀବତ୍ସ ମିଶ୍ର, ପାଳିଆସେବକ ଶମ୍ବୁନାଥ ମହାପାତ୍ର, କାହାଳିଆ ଟୀକନ ବେହେରା,ଜିମାଦାର ବସନ୍ତ ରଥ, ଙ୍କ ତତ୍ଵ ବଧନରେ ପାଳିତ ହୋଇଯାଇଛି |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.