Take a fresh look at your lifestyle.

ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ

0 12

Get real time updates directly on you device, subscribe now.

ଖୋର୍ଦ୍ଧା : ସ୍ଥାନୀୟ ବିବେକାନନ୍ଦ ଇନଷ୍ଟିଚୁ୍ଟ ଅଫ ଆଡଭାନସ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ପରିସରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ ଅନୁଷ୍ଠାନର ଅଧ୍ୟକ୍ଷ ଶିକ୍ଷାବିତ ଡ଼କ୍ଟର ଧୀରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବରେ ଘୀତା ଗବେଷଣା ପରିଷଦର ସଂପାଦକ ବରିଷ୍ଠ ଆଇନଜୀବୀ ଶକ୍ତି ଶଙ୍କର ମିଶ୍ର ପ୍ରଦୀପ ପଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ ବିବେକାନନ୍ଦ ଇନଷ୍ଟିଚୁ୍ଟର ଅଧ୍ୟକ୍ଷ ଡ଼କ୍ଟର ନନ୍ଦ ତାଙ୍କ ସ୍ୱାଗତ ଭାଷଣରେ କହିଲେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଖୋର୍ଦ୍ଧାରେ ଆଜକୁ ୩୦ ବର୍ଷ ହେଲା ନିରବଚ୍ଛିନ୍ନ ଭାବରେ ପାଳିତ ହେବା ଦ୍ୱାରା ଛାତ୍ରଛାତ୍ରୀ ତଥା ଯୁବ ସମାଜ ସେମାନଙ୍କର ଚରିତ୍ର ଗଠନ ପାଇଁ ବହୁ ପ୍ରେରଣା ପାଇଛନ୍ତି ।

ଆଗାମୀ ଦିନରେ ଖୋର୍ଦ୍ଧାଠାରେ ଏକ ସ୍ୱାମୀ ବିବେକାନନ୍ଦ ମନ୍ଦିର ସ୍ଥାପନ ସହିତ ସ୍ୱାମୀଜୀଙ୍କ ନାମରେ ସାରା ଦେଶର ପ୍ରତ୍ୟେକ ଜିଲା କେନ୍ଦ୍ରରେ ଆନ୍ତର୍ଜାତୀୟ ସ୍ତରର ଉଚ୍ଚମାନର ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବାର ଯୋଜନା ପ୍ରସ୍ତୁତ କରାଯାଉଛି । ଶିକ୍ଷାବିତ୍ ଡକ୍ଟର ବୃନ୍ଦାବନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର କହିଲେ ସ୍ୱାମୀଜୀଙ୍କ ସେବା ଓ ତ୍ୟାଗର ଭାବନା ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ସ୍ଫନ୍ଦିତ ହେଉ । ଦେଶରେ ଅବହେଳିତ ଓ ନିଷ୍ପେସିତ ଦୁଃଖି ଦରିଦ୍ର ମାନଙ୍କୁ ଭଗବାନ ଭାବି ସେମାନଙ୍କ ସେବା କରିବାକୁ ହେବ, ଏହାଦ୍ୱାରା ରାଷ୍ଟ୍ରର ଉତ୍ଥାନ ସମ୍ଭବ ।

ବିବେକାନନ୍ଦ ବିଜ୍ଞାନ ଭବନ ଏବଂ କଲେଜ୍ ଅଫ୍ ବିଜିନେସ୍ ମ୍ୟାନେଜ୍ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ରଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ପ୍ରଚାରକ କେଦାର ନାଥ ପାତ୍ର ଯୋଗଦେଇ ସ୍ୱାମୀଜୀଙ୍କ ଜୀବନୀର ବହୁ ଦୃଷ୍ଟାନ୍ତ ମୂଳକ ତଥ୍ୟ କହି ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେବା ସହିତ ଏହି ଭାରତର ଯୁବ ସମାଜ ହିଁ ବିଶ୍ୱକୁ ଭାତୃତ୍ୱ, ମୈତ୍ରୀ ଏବଂ ସାମ୍ୟର ଶାଶ୍ୱତ ବନ୍ଧନରେ ବାନ୍ଧି ରଖିପାରିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଓମ୍ ବିବେକାନନ୍ଦ ଯୋଗଦେଇ କହିଲେ ଏକ ଉନ୍ନତ, ନୀତିନିଷ୍ଠ, ଚରିତ୍ରବାନ, ଦକ୍ଷ ଏବଂ କର୍ମଠ ମାନବ ସଂଭୂତ ରାଷ୍ଟ୍ର ନିର୍ମାଣ ପାଇଁ ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କର ଆଦର୍ଶ ଏବଂ ଅନୁଚିନ୍ତା ମାଧ୍ୟମରେ ଆଗାମୀ ଯୁବପୀଢିକୁ ଗଢିତୋଳିବାକୁ ହେବ ।

ଶେଷରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଅନୁଷ୍ଠାନର ‘ବେଷ୍ଟ ଷ୍ଟୁଡେଂଟ’ ଭାବରେ ଶୁଭଲକ୍ଷ୍ମୀ ନନ୍ଦ ଏବଂ ‘ବେଷ୍ଟ ଭଲ୍ୟୁଂଟର’ ଭାବରେ ତପନ କୁମାର ସାହୁଙ୍କୁ ସମ୍ବର୍ନ୍ଧିତ କରାଯିବା ସହିତ ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।

ଏହି କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସହନିଦେ୍ର୍ଦଶିକା ସ୍ମୃତିସ୍ରଦ୍ଧା ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡି ନାଗେଶ୍ୱର ପାତ୍ର, ଭୋଳାନାଥ ନାୟକ, ନମିତା ସାହୁ, ବିଘ୍ନରାଜ ମିଶ୍ର, ସତ୍ୟ ସୁନ୍ଦର ରଣା, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜୀବନ କୁଅଁର, ଚନ୍ଦନ ପାଟ୍ଟଶାଣୀ ପ୍ରମୁଖଙ୍କ ସମେତ ସ୍ଥାନୀୟ ବହୁ ଶିକ୍ଷାବିତ୍, ବୁଦ୍ଧିଜୀବୀ, ସମାଜସେବୀ ତଥା ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.