Take a fresh look at your lifestyle.

ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଭାପୁରରେ ରାସ୍ତାରୋକ

0 22

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀମାନେ ରାସ୍ତାରୋକ କରିଛନ୍ତି । ଧାନ କ୍ୱିଣ୍ଟାଲ ପିଛା ୪କେଜି କାଟିବା ଓ ଅଖା ଟଙ୍କା ଦେବାକୁ ମିଲର ମନାକରିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ନେଇ ଚାଷୀମାନେ କଟକ-ସମ୍ବଲପୁର ରାସ୍ତାକୁ ଭାପୁର ଠାରେ ଅବରୋଧ କରିଥିଲେ ।

ଖବର ପାଇ ପୋଲିସ୍ ଓ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଂଚି ଚାଷୀମାନଙ୍କୁ ବୁଝାଶୁଝା କରିଥିଲେ । ପ୍ରକାଶ ଯେ, ଚଳିତ ବର୍ଷ ଭାପୁର ସେବା ସମବାୟ ସମିତି ଅଧିନରେ ପଞ୍ଜିକୃତ ଚାଷୀମାନେ ଗତ ୨୭ତାରିଖ ଠାରୁ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଛନ୍ତି । ଇତିମଧ୍ୟରେ ୪ଟି ତାରିଖର ଟୋକନ ଶେଷ ହୋଇ ଆଜି ୫ମ ତାରିଖରେ ଧାନ ସଂଗ୍ରହ ହେବାର ଥିଲା ।

ଧାନ ସଂଗ୍ରହ କରିବା ପାଇଁ ମିଶନ ଶକ୍ତି ବେଗୁନିଆପାଳ ସଂଚୟ ସମିତିର ସଭ୍ୟାମାନେ ଧାନ କ୍ରୟ କରିବା ପାଇଁ ପ୍ରସ୍ତୁ୍ତି ଆରମ୍ଭ କରିଥିଲେ । ମାତ୍ର ମିଲରଙ୍କର କଟନ୍ୀ, ଛଟନୀ ନୀତିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ମିଲର ଓ ଚାଷୀଙ୍କ ମଧ୍ୟରେ କଟନୀ ଛଟନୀ ଓ ଅଖା ଟଙ୍କାକୁ ନେଇ ସହମତି ନହେବାରୁ ଉତ୍ୟକ୍ତ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.