Take a fresh look at your lifestyle.

ଅତ୍ୟାଧୁନିକ କୋଚ ସହ ଗଡ଼ିଲା ପୁରୀ-ହାଟିଆ ତପସ୍ୱୀନୀ ଏକ୍ସପ୍ରେସ

0 31

ଢେଙ୍କାନାଳ: ଅତ୍ୟାଧୁନିକ କୋଚ ସହ ଗଡ଼ିଲା ପୁରୀ-ହାଟିଆ ତପସ୍ୱୀନୀ ଏକ୍ସପ୍ରେସ। ଢେଙ୍କାନାଳ-ଅନୁଗୁଳ ଦେଇ ଚଳାଚଳ କରୁଥିବା ତପସ୍ୱିନୀ ଆକ୍ସପ୍ରେସ ସଂଯୁକ୍ତ ହୋଇଛି । ଅତ୍ୟାଧୁନିକ ଏଲଏଚ ବି କୋଚ ଭୁବନେଶ୍ୱର ରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ।

ଢେଙ୍କାନାଳ ରେଳ ଷ୍ଟେସନ ରେ ଅନୁଗୁଳ ଏଡିଆରଏମ୍ ବ୍ରିଜେଶ କୁମାର ମିଶ୍ର ଏହି ଅତ୍ୟାଧୁନିକ ବ୍ୟବସ୍ଥା ସମ୍ପର୍କ ରେ ସୂଚନା ଦେଇ କହିଛନ୍ତି, ଟ୍ରେନ ଯାତ୍ରାକୁ ଆରାମଦାୟକ କରିବାକୁ ତପସ୍ୱିନୀ ଏକ୍ସପ୍ରେସ ରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଯୁକ୍ତ ଏଲଏଚବି କୋଚ ସଂଯୁକ୍ତ ହୋଇଛି। ପୁରୀ ଠାରୁ ହଟିଆ ପର୍ଯ୍ୟନ୍ତ 640 କିଲୋମିଟର ଦୀର୍ଘ ପଥରେ 14 ଷ୍ଟେସନ ଦେଇ ତପସ୍ୱିନୀ ଏକ୍ସପ୍ରେସ ଯାତାୟାତ କରୁଛି।  ଏହାଦ୍ୱାରା ଲକ୍ଷାଧିକ ଯାତ୍ରା ଉପକୃତ ହେବେବୋଲି ସେ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମାଧ୍ୟ୍ୟମରେ ବରିଷ୍ଠ ଆସିଷ୍ଟାଣ୍ଟ ଡିଭିଜିନାଲ ଇଞ୍ଜିନିଅର ସଞ୍ଜୟଦତ ମୀନା , ତାଳଚେର ଏଡିଏମଓ ଡ଼ କିରଣ କୁମାରୀ ପ୍ରମୁଖ ଉପସସ୍ଥିତ ଥିଲେ। ଢେଙ୍କାନାଳ ଷ୍ଟେସନ ମ୍ୟାନେଜର ମନୋଜ କୁମାର ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ। ପୁରୀ ଏବଂ ଭୁବନେଶ୍ୱର ରୁ ଭିଡ଼ିଓ କନଫରେନ୍ସ ମାଧ୍ୟ୍ୟମରେ ଏହି କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।

- Advertisement -

Leave A Reply

Your email address will not be published.