Take a fresh look at your lifestyle.

ବ୍ୟାଙ୍କକ୍ ଠାରେ ଉନ୍ମୋଚନ ହେଲା ଏନଏ ଶାହ ଅନସାରୀଙ୍କ ପୁସ୍ତକ କମ୍ୟୁନିଟି ରେଡିଓ: ୧୦୦ ଆନ୍ସର୍ସ ଟୁ ମେକ ୱେଭ୍ସ

0 12

Get real time updates directly on you device, subscribe now.

ବ୍ୟାଙ୍କକ୍: ଆଜି ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ ଠାରେ ଆମାସାଟ ବିଶ୍ଵ ବିଦ୍ୟାଳୟ ପରିସର ରେ ଆୟୋଜିତ ହେଉଥିବା ଏସୀଆ- ପ୍ରଶାନ୍ତ ମହଦେଶୀୟ ଗୋଷ୍ଠୀ ବେତାର ମହା ସମ୍ମିଳନୀ ଅବସରରେ ବିଶିଷ୍ଟ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ଏନ୍. ଏ. ଶାହା ଅନସାରୀଙ୍କ ଲିଖିତ ପୁସ୍ତକ Community Radio: 100 Answers to make wave ଉନ୍ମୋଚିତ ହୋଇଯାଇଛି l

ଏହି ମହା ସମ୍ମିଳନୀ ରେ ୩୩ଟି ଦେଶର ୫୦୦ରୁ ଉର୍ଦ୍ଧ୍ବ ଗୋଷ୍ଠୀ ବେତାର ପ୍ରସାରକ ଯୋଗଦେଇଥିବା ବେଳେ ସମସ୍ତ ଦେଶର ପ୍ରତିନିଧି ମଣ୍ଡଳୀ ଏହି ପୁସ୍ତକକୁ ନେଇ ଏକ ସମ୍ପର୍କରେ ଆଲୋଚନା କରିବା ସହ ଏହା ପ୍ରତି ଗୋଷ୍ଠୀ ବେତାର କେନ୍ଦ୍ର ଓ ଏହାର କର୍ମକର୍ତ୍ତା ମାନଙ୍କ ନିମନ୍ତେ ଖୁବ୍ ଉପଯୋଗୀ ହେବ ବୋଲି ମତବ୍ୟକ୍ତ କରିଥିଲେ l

ଏହି ଅବସରରେ ମତପ୍ରକାଶ କରି ଲେଖକ ଏନ୍. ଏ. ଶାହ ଅନସାରୀ କହିଥିଲେ ଯେ ଏହି ପୁସ୍ତକ ଅନେକ ବ୍ୟକ୍ତିଙ୍କ ସହଭାଗିତାରେ ଲେଖାଯାଇଅଛି l ବିଭିନ୍ନ ଦେଶର ଗୋଷ୍ଠୀ ବେତାରକେନ୍ଦ୍ର ପ୍ରସାରକ ମାନଙ୍କଠାରୁ ଗୋଷ୍ଠୀ ବେତାର କେନ୍ଦ୍ରର ସ୍ଥାପନା,ପରିଚାଳନା, ସ୍ୱାବଲମ୍ବନଶିଳତା ସମ୍ପର୍କୀୟ ପ୍ରଶ୍ନ ଆହ୍ଵାନ କରିବା ପରେ ଉପଯୋଗୀ ୧୦୦ଟି ପ୍ରଶ୍ନର ଉତ୍ତର ଏହି ପୁସ୍ତକରେ ସ୍ଥାନିତ ହୋଇଛି l

ଏହି ଅବସରରେ ବିଶ୍ୱ ଗୋଷ୍ଠୀ ବେତାର ମହାସଂଘର ଏସୀୟ ସଭାପତି ଡକ୍ଟର ରାମନାଥ ଭଟ୍ଟ, ଥାଇଲାଣ୍ଡ ଜାତୀୟ ପ୍ରସାରଣ ଓ ଟେଲି ଯୋଗାଯୋଗ ଆୟୁକ୍ତ ଥାନାପାନ୍ତ ରାଇ ଚାରୋନ୍ , କେନିଆ ଗୋଷ୍ଠୀ ବେତାର ମହାସଂଘର ମୁଖ୍ୟ ନଯୁକି ଗିଥେତ୍ୱା, ରେଡ଼ିଓ ବିଶେଷଜ୍ଞ ଡ.ଉଆଜିତ ଭିରୋଜ ତ୍ରାଇରାତ୍, ଡକ୍ଟର ମନମୋହନ ସିଂ , ସୁମନ ବାସନେଟ ପ୍ରମୁଖ ଉପସ୍ଥିତି ଥାଇ ଏହି ଉଦ୍ୟମର ଭୂୟସୀ ପ୍ରଶଂସା କରିବା ସହ ଜନ ସହଭାଗିତାରେ ଏତାଦୃଶ ପ୍ରଭାବଶାଳୀ ଓ ସହଭାଗୀ ଶୈଳୀରେ ପୁସ୍ତକ ରଚନା ଅଭିନବ ବୋଲି ପ୍ରକାଶ କରିଥିଲେ l

 

ସୂଚନାଯୋଗ୍ୟ ଯେ ଜଣେ ବରିଷ୍ଠ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ଭାବରେ ଏସୀୟ ଦେଶ ମାନଙ୍କରେ ଅନସାରୀଙ୍କର ପରିଚିତି ରହିଛି । ୨୦୧୦ ମସିହାରେ କୋଣାର୍କ ଠାରେ ରାଜ୍ୟର ପ୍ରଥମ କମ୍ୟୁନିଟି ରେଡ଼ିଓ ରେଡ଼ିଓ ନମସ୍କାର ପ୍ରତିଷ୍ଠା କରିଥିବା ଅନସାରୀ ଭାରତୀୟ ଗୋଷ୍ଠୀ ବେତାର ମହାସଂଘର ଜାତୀୟ ସଭାପତି ରହିଥିଲେ ।

କମ୍ୟୁନିଟି ରେଡ଼ିଓ ଫର୍ ଚେଞ୍ଜ ନାମକ ୨ଟି ପୁସ୍ତକ ସମ୍ପାଦନା କରିଥିବା ବେଳେ ସେ ବିଶ୍ୱର ୧୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଓ ପ୍ରସିଦ୍ଧ ସାମ୍ବାଦିକତା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.