Take a fresh look at your lifestyle.

କ୍ଲଷ୍ଟରସ୍ତରୀୟ ମିଲେଟ୍ ସୁରଭି ପ୍ରତିଯୋଗିତା, ୭୬ ପ୍ରତିଯୋଗୀ ପୁରସ୍କୃତ

0 15

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ବଣସିଂହ ଉପ୍ରା ବିଦ୍ୟାଳୟରେ ଶୁକ୍ରବାର କ୍ଲଷ୍ଟରସ୍ତରୀୟ ମିଲେଟ୍ ସୁରଭି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଣସିଂହ ଓ ରାଧାଦେଈପୁର ପଞ୍ଚାୟତର ୧୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, କୁଇଜ୍, ସଂଗୀତ, ଚିତ୍ରାଙ୍କନ, ଶ୍ରୁତଲିଖନ, ସୃଜନ ଲିଖନ, ଶିଳ୍ପ ଓ କଳା, ନୃତ୍ୟ ଓ ମିଲେଟ୍ ସମ୍ପର୍କରେ କୁଇଜ୍, ପ୍ରବନ୍ଧ ଓ ଏଲୋକେସନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଇଡିଅଟ ଅନୁଷ୍ଠାନର ସଦସ୍ୟ ସଚିବ ସରୋଜ କୁମାର ଶତପଥୀ ଯୋଗଦେଇ କହିଥିଲେ, ମିଲେଟ୍ ଶରୀର ପାଇଁ ପୁଷ୍ଟିକର ଖାଦ୍ୟ ଅଟେ । ଏହାକୁ ସମସ୍ତେ ପ୍ରତ୍ୟହ ସେବନ କଲେ ନିରୋଗ ରହିବା ସହ ସମାଜ ରୋଗମୁକ୍ତ ହୋଇପାରିବ ବୋଲି କହିଥିଲେ । ପୂର୍ବରୁ ଏହା ପାରମ୍ପରିକ ଚାଷ ଥିଲା । ଏବେ ସରକାର ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଇ ମିଲେଟ୍ ଚାଷକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରିଛନ୍ତି ବୋଲି କହିଥିଲେ ।

ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଷଡଙ୍ଗୀ, ପ୍ରମୋଦ କୁମାର ପଣ୍ଡା, ଗୋଲେଖ ବିହାରୀ ସାମଲ, ବଣସିଂହ କ୍ଲଷ୍ଟରର ସିଆର୍ସିିସି ବିକାଶ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମକୁ ବଣସିଂହ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକ୍ରମ ସେଠୀ, ଶିକ୍ଷକ ଶାନ୍ତନୁ କୁମାର ନାୟକ, ଆଶିଷ ରଞ୍ଜନ ମିଶ୍ର, ଶିକ୍ଷୟିତ୍ରୀ ଶିବାନୀ ସ୍ୱାଇଁ ଓ ଜାମିନୀ ହୋତାଙ୍କ ସମେତ ସମସ୍ତ ଶିକ୍ଷକମାନେ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.