Take a fresh look at your lifestyle.

ବେଆଇନ୍ ଖଣି ଓ କ୍ରସର ସ୍ଥାପନାକୁ ବିରୋଧ

0 20

Get real time updates directly on you device, subscribe now.

ଢେଙ୍କାନାଳ: ଗଁଦିଆ ବ୍ଲକ୍ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମ ପଂଚାୟତ ଅଧିନସ୍ଥ ପୁରୁଣା କଷ୍ଟିପାଳ, ନୂଆ କଷ୍ଟିପାଳ ଓ ବେଗା ଗ୍ରାମପଂଚାୟତ ଅଧିନସ୍ଥ ଶ୍ରୀମନ୍ତପୁର ଗ୍ରାମର ଅଧିବାସୀମାନେ ବେଆଇନ୍ ଖଣି ଓ କ୍ରସର ସ୍ଥାପନାକୁ ବନ୍ଦ କରିବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

ପ୍ରକାଶଯେ, ନିହଲପ୍ରସାଦ ଓ ବେଗା ପଂଚାୟତରେ ଥିବା ଗ୍ରାମଗୁଡିକ ଠାରୁ ୨୦୦ ମିଟର ଦୂରରେ ଜଗବନ୍ଧୁ ଏଂଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଘରୋଇ ସଂସ୍ଥା ମେଗା କ୍ରସର ସ୍ଥାପନ କରିଅଛି । କ୍ରସର ସ୍ଥାପନ ଫଳରେ ଗ୍ରାମବାସୀ ଲଗାଇଥିବା ଗଛ ଏବଂ ଗ୍ରାମ୍ୟ ଜଙ୍ଗଲ ଏବେ ନିଚିହ୍ନ ହୋଇସାରିଛି । ଉକ୍ତ ଜାଗା ଉପରେ ମଧ୍ୟ ବିରାଟ ଅଟାଳିକା ସ୍ଥାପନ ହୋଇସାରିଛି ।

ବହୁବାର ଡିଏଫ୍ଓଙ୍କୁ ଜଣାଇବା ସତ୍ୱେ ମଧ୍ୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଜଣାଇଛନ୍ତି । ଗ୍ରାମର ବ୍ୟକ୍ତିଗତ ଜାଗାରେ ମଧ୍ୟ ଖଣି ଖନନ କରୁଛନ୍ତି । ଆଜକୁ ୨ ବର୍ଷ ହେଲା ଅନୁମତି ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜାଗା ଡିମାର୍କେସନ୍ ହୋଇନପାରିବା କିମ୍ବା ସରକାରଙ୍କୁ ଦେଉଥିବା ରାଜସ୍ୱର କୌଣସି ଫଳକ ଏଠାରେ ନାହିଁ । ଯାହାର ସରଳତାର ସୁଯୋଗ ନେଇ କ୍ରସର ମାଲିକ ଫାଇଦା ଉଠାଉଛନ୍ତି । ଖଣି ଖନନ ଦ୍ୱାରା ସ୍କୁଲ୍ ପିଲାମାନେ ଭୟରେ ବିଦ୍ୟାଳୟକୁ ଯାଉନାହାଁନ୍ତି । ଦିନରାତି ଯେତେବେଳେ ଇଛା ସେତେବେଳେ ବ୍ଲାଷ୍ଟି କରୁଛନ୍ତି ।

ଯାହାଫଳରେ ବହୁବାର ବିଦ୍ୟାଳୟ ସମ୍ମୁଖରେ ପଥର ପଡୁଅଛି । ନିକଟସ୍ଥ ଚାଷ ଜମିରେ ମଧ୍ୟ ଧୁଳି ପଡି ନଷ୍ଟ ହେଉଛି । ଜଳସ୍ତର ମଧ୍ୟ ବିଷାକ୍ତ ହୋଇଗଲାଣି । ଗାଇଗୋରୁ ମଧ୍ୟ ଚର୍ମ ରୋଗରେ ପଡିଲେଣି । ଆଖପାଖ ଅଂଚଳର ୧୦ ହଜାର ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଗାଇଗୋରୁ ଚରାଇବା ପାଇଁ ଗୋଚର ଥିବା ଜାଗାକୁ ଜୋର୍ ଜବରଦସ୍ତ ଖଣି ଖନନ କରୁଛନ୍ତି । ଜିଲ୍ଲାପାଳ କ୍ରସର ସ୍ଥାନାନ୍ତର ପାଇଁ ଚିଠି ଲେଖିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନାହିଁ ।

ଏଣୁ ଏହାରୁ ଉପଯୁକ୍ତ ତଦନ୍ତ କରି ବେଆଇନ୍ ଭାବରେ ଚାଲିଥିବା କ୍ରସର ଓ ଖଣିକୁ ବନ୍ଦ କରାଗଲେ ଉକ୍ତ ଗ୍ରାମବାସୀମାନେ ଏହି ଅସୁବିଧାରୁ ମୁକ୍ତ ହେବେ ନତୁବା ଭବିଷ୍ୟତରେ ରାସ୍ତା ଅବରୋଧ କରିବେ ବୋଲି ଜିଲ୍ଲାପାଳଙ୍କ ପାଖରେ ଜଣାଇଛନ୍ତି । ଏହି ଅଭିଯୋଗ ପ୍ରଦାନ ବେଳେ ବେଗା ପଂଚାୟତର ପୂର୍ବତନ ସରପଂଚ ପ୍ରଦୀପ କୁମାର ଦାସ, ସଞ୍ଜୀବ କୁମାର ପୃଷ୍ଟି, ଲିକୁନା ଧଳ, କାଳିଆ ରାଜ, ସୁଧାକର ପୃଷ୍ଟିଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

ଏହି ବିଷୟରେ ମଧ୍ୟ ଜିଲ୍ଲା ବନଖଣ୍ଡ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଉପଜିଲ୍ଲାପାଳ ଡେଙ୍କାନାଳଙ୍କ ଗୋଚରାର୍ଥେ ଜଣାଇଛନ୍ତି । ଆସନ୍ତା ତିନିଦିନ ଭିତରେ ଏହାର ସମାଧାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.