Take a fresh look at your lifestyle.

ବାଜି ରାଉତ ସ୍ମାରକ ଡାକ ଟିକେଟ ଦାବି ଲୋକସଭାରେ ପ୍ରସଙ୍ଗ ଉଠାଇଲେ ରୁଦ୍ର ପାଣି

0 12

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଅମର ଶହୀଦ ବାଜି ରାଉତଙ୍କ ଶତତମ ଜନ୍ମଜୟନ୍ତୀ ଅବସରରେ ସ୍ମାରକ ଡାକ ଟିକେଟ ପ୍ରକାଶ କରିବା ଦାବି ଲୋକସଭାରେ ଉଠିଛି। ଶୁକ୍ରବାର ନିୟମ-୩୭୭ ଅନୁଯାୟୀ ଭାଜପା ସାଂସଦ ରୁଦ୍ର ନାରାୟଣ ପାଣି ଏହି ପ୍ରସଙ୍ଗ ଉଠାଇଥିଲେ।
ସାଂସଦ ପାଣି କହିଥିଲେ, ୧୯୨୬ ଅକ୍ଟୋବର ୫ରେ ଭୁବନ ନିକଟସ୍ଥ ନୀଳକଣ୍ଠପୁରରେ ବାଜି ରାଉତ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୨ ବର୍ଷ ବୟସରେ ସେ ବ୍ରିଟିଶ ସେନାଙ୍କୁ ବ୍ରାହ୍ମଣୀ ନଦୀ ପାର କରାଇବାକୁ ମନା କରିଥିଲେ। ଏହାପରେ ୧୯୩୮ ଅକ୍ଟୋବର ୧୧ରେ ବ୍ରିଟିଶ ସେନାର ଗୁଳିରେ ସେ ଶହୀଦ ହୋଇଥିଲେ।

ବାଜି ରାଉତଙ୍କ ଅମର ବଳିଦାନକୁ ସମ୍ମାନ ଜଣାଇ ତାଙ୍କ ଶତତମ ଜୟନ୍ତୀରେ ସ୍ମାରକ ଡାକ ଟିକେଟ ପ୍ରକାଶ କରିବାକୁ ପୂର୍ବରୁ ମଧ୍ୟ ଦାବି ହୋଇଥିଲା। ଏହି ପ୍ରସ୍ତାବ ଫିଲାଟେଲିକ୍ ଆଡଭାଇଜରୀ କମିଟି ନିକଟକୁ ପଠାଯାଇଥିବାରୁ ଏହା ଉପରେ ତୁରନ୍ତ ନିଷ୍ପତ୍ତି ନେବାକୁ ସାଂସଦ ଶ୍ରୀ ପାଣି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଆସନ୍ତା ଅକ୍ଟୋବର ୫ ତାରିଖ କିମ୍ବା ସର୍ବାଧିକ ଅକ୍ଟୋବର ୧୧ ତାରିଖ ସୁଦ୍ଧା ଏହି ସ୍ମାରକ ଡାକ ଟିକେଟ ପ୍ରକାଶ କରାଯାଉ ବୋଲି ସେ ଦାବି ଜଣାଇଛନ୍ତି।

- Advertisement -

Leave A Reply

Your email address will not be published.