Take a fresh look at your lifestyle.

ଇସ୍ରୋର ବୈଜ୍ଞାନିକ ମାନଙ୍କୁ ଇ-ପୋଷ୍ଟ ଶୁଭେଚ୍ଛା ବାର୍ତ୍ତା

0 42

ଢେଙ୍କାନାଳ: ଭାରତର ସ୍ୱଦେଶୀ ଜ୍ଞାନକୌଶଳ ଏବଂ ଇସ୍ରୋ ବୈଜ୍ଞାନିକ ମାନଙ୍କ ଦ୍ୱାରା ବିକଶିତ ଚନ୍ଦ୍ରଯାନ-୩ ଗତ ୨୩ ଅଗଷ୍ଟ ଭାରତୀୟ ସମୟ ସନ୍ଧ୍ୟା ୦୬:୦୪ ଘଟିକାରେ ଚନ୍ଦ୍ର ପୃଷ୍ଠରେ ସଫଳତାର ସହିତ ଅବତରଣ କରିବା ସହିତ ବିଶ୍ୱର ପ୍ରଥମ ରାଷ୍ଟ୍ର ହିସାବରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଏକ ନୂତନ ପରିଚୟ ଦେଇଅଛି |

ଏହି ସ୍ୱର୍ଣ୍ଣିମ ମୁହୂର୍ତକୁ ପାଳନ କରିବା ପାଇଁ ଢେଙ୍କାନାଳ ଡାକ ମଣ୍ଡଳ ଦ୍ୱାରା ଏକ ଅଭିନବ ପ୍ରୟାସ କରାଯାଇ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ମହାକାଶ ଗବେଷଣା କ୍ଷେତ୍ରରେ ଆଗ୍ରହ ତଥା ପ୍ରେରଣା ଜାଗ୍ରତ ନିମିତ୍ତ ଏବଂ ଇସ୍ରୋର ଚନ୍ଦ୍ରଯାନ ମିଶନ୍ ରେ ସଂଯୁକ୍ତ ସମସ୍ତ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇବାର ଏକ ସୁଯୋଗ ଏହି ଇ-ପୋଷ୍ଟ ଅଭିଯାନ ମାଧ୍ୟମରେ ପ୍ରଦାନ କରାଯାଇଥିଲା

| ପ୍ରାରମ୍ଭରେ ଏକ ସପ୍ତାହ ବ୍ୟାପି ଏହି ଅଭିଯାନ ମାଧ୍ୟମରେ ୭୫୦୦ ସଂଖ୍ୟକ ଶୁଭେଚ୍ଛା ବାର୍ତ୍ତା ପଠାଇବାର ଲକ୍ଷ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ମାନଙ୍କ ଆଗ୍ରହ ସକାଶେ ଏହି ପ୍ରଚାରକୁ ଆଉ ଏକ ସପ୍ତାହ ପାଇଁବର୍ଦ୍ଧିତ କରାଯାଇଥିଲା |

ଏହି ପ୍ରଚାର ଅବଧିରେ ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ସର୍ବମୋଟ ୭୬୩୧ ଖଣ୍ଡ ଶୁଭେଚ୍ଛା ବାର୍ତ୍ତା ସଂଗ୍ରହ କରାଯାଇ ଇ-ପୋଷ୍ଟ ମାଧ୍ୟମରେ ଇସ୍ରୋକୁ ପଠାଯାଇଥିଲା | ଢେଙ୍କାନାଳ ଡାକ ମଣ୍ଡଳର ଏହି ଅଭିଯାନଟି ୧୦୨ ପ୍ରତିଶତ ସଫଳ ହୋଇଥିଲା ଏବଂ ଏହି ଅଭିଯାନଟି ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଦ୍ୱାରା ଆଦୃତ ହେଇଥିଲା |

- Advertisement -

Leave A Reply

Your email address will not be published.