Take a fresh look at your lifestyle.

ଗୋପାଳ ସମାଜ ତରଫରୁ ନନ୍ଦୋତ୍ସବ ପାଳନ

0 11

Get real time updates directly on you device, subscribe now.

ଭୁବନ : ପରମ୍ପରା ବିଧି ଅନୁସାରେ ଜନ୍ମାଷ୍ଟମୀ ବାସି (ପରଦିନ )ଗୋପାଳ ମାନେ କୃଷ୍ଣ ଭଗବାନଙ୍କ ଆଗମନର ଖୁସିରେ ବିଭୋର ହୋଇ ନନ୍ଦୋତ୍ସବ ପାଳନ କରିଥାଆନ୍ତି । 

ସମଗ୍ର ଭାରତରେ ଏହି ପର୍ବ ଧୁମଧାମରେ ପାଳନ କରାଯାଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ଭୁବନ ରେ ଗୋପାଳ ସମାଜ ତରଫରୁ ଯୁବ ଯାଦବ ସଂଙ୍ଗଠନ ସହଯୋଗ ରେ ନନ୍ଦୋତ୍ସବ ପାଳନ କରାଯାଇଛି । ଏହି ଅବସରରେ ଗୋପାଳ ସମାଜ ର ବାଳକମାନେ ସୁନ୍ଦର ଲଉଡ଼ି ଖେଳ ପ୍ରଦର୍ଶନ କରିଥିବା ବେଳେ କୀର୍ତ୍ତନ ବାଦ୍ୟ ଓ ଭଜନ ଗାନ କରି ଭଗବାନ ରାଧାଗୋବିନ୍ଦ ଙ୍କ ମୂର୍ତ୍ତି ନଗର ପରିକ୍ରମା କରାଯାଇଥିଲା ।

ନନ୍ଦରାଜା,ଯଶୋଦା, କୃଷ୍ଣ ବଳରାମ ଵେଶ ସହ ପାରମ୍ପରିକ ଲଉଡ଼ି ଖେଳ ଦେଖିବାକୁ ଝିପି ଝିପି ବର୍ଷା ସତ୍ତ୍ବେ ଭିଡ଼ ପରିଲକ୍ଷିତ ହୋଇଥିଲା । ଗୋପାଳ ସମାଜ ସଭାପତି ଗୌରାଙ୍ଗ ନାୟକ, ସମ୍ପାଦକ ସଞ୍ଜିପ କୁମାର ନାୟକଙ୍କ ନେତୃତ୍ବରେ ନନ୍ଦୋତ୍ସବ ଶାନ୍ତି ପୂର୍ଣ୍ଣ ଭାବେ ପାଳନ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.