Take a fresh look at your lifestyle.

ଭର୍ଚୁଆଲ ମୋଡ଼ ବୈଠକରେ ପବିତ୍ର ଗୁରୁ ଦିବସ ପାଳନ ଅବସରରେ ଆଲୋଚନା ଚକ୍ର

0 13

Get real time updates directly on you device, subscribe now.

ଢେଙ୍କାନାଳ : ଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଫୋରମ୍ ର ଭର୍ଚୁଆଲ ମୋଡ଼ ବୈଠକ ପବିତ୍ର ଗୁରୁ ଦିବସ ପାଳନ ଅବସରରେ ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ରାତ୍ର ଆଠଟା ସମୟରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ସାଧାରଣସମ୍ପାଦକ ଇଶ୍ଵର ଚନ୍ଦ୍ର ନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।

ଅନୁଷ୍ଠାନ ର ରାଜ୍ୟ ପ୍ରବକ୍ତା ମୁରଲୀଧର ପରିଡ଼ାଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ପରିଡ଼ା ଓଡ଼ିଶା ର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଚରଣ ରେ ଭକ୍ତିପୂତ ସଙ୍ଗୀତ ପରିବେଷଣ କରିଥିଲେ। ପବିତ୍ର ଗୁରୁ ଦିବସ ହେଉଛି ପ୍ରତ୍ୟେକ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସ୍ମୃତି ଦିବସ। ଏହି ଦିବସରେ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହୋଇଥିବାରୁ ହୋଇଥିବାରୁ ଏହାକୁ ସ୍ମାରକୀ ଦିବସ ରୁପେ ପାଳନ କରାଯାଉଛି ବୋଲି ଫୋରମ୍ ର ସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ।

ଶ୍ରୀ ସାହୁ ମଧ୍ୟ ପ୍ରକାଶ କରିଥିଲେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତ୍ୟାଗପୂତ ସେବା ରାଜ୍ୟ ଓ ଦେଶ ର ଉଦାହରଣ ହୋଇ ପାରିଛି। ଆଜି ର ସୁବର୍ଣ୍ଣ ମୁହୂର୍ତ୍ତରେ ଭାରତୀୟ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ଫୋରମ୍ ଗଠନ କରିଛନ୍ତି। ଭାରତର ପ୍ରତ୍ୟେକ ରାଜ୍ୟର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ଫୋରମ୍ ରେ କାର୍ଯ୍ୟ କରୁଛନ୍ତି।

ଭାରତର ଓଡ଼ିଶା ରାଜ୍ୟ ର ଝିଅ ମହାମହିମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରି ଦେଶକୁ ଆଗେଇ ନେଇଯାଇଛନ୍ତି। ଏଣୁ ଆମ୍ଭେମାନେ ଗୌରବାନିତ୍ବ। ଏହି କାର୍ଯ୍ୟକ୍ରମ ରେ ଫୋରମ୍ ର ଉପସଭାପତି ଓମ୍ ପ୍ରକାଶ ମିଶ୍ର, କ୍ରୁଶିଦାବେଗମ, ସମ୍ପାଦକ ମନୋଜମଞ୍ଜରୀ ଲେଙ୍କା, କେନ୍ଦ୍ରୀୟ ପ୍ରତିନିଧି ଅନସୂୟା ମିଶ୍ର, ଦୁର୍ଗାପ୍ରସାଦ ମହାରଣା, ସ୍ବତନ୍ତ୍ର ପରାମର୍ଶଦାତା ସ୍ବର୍ଣ୍ଣଲତାତ୍ରିପାଠୀ, ଏବଂ ସଦସ୍ୟ ମହେନ୍ଦ୍ର କୁମାର ପଟେଲ, ଡ଼କ୍ଟର ଗଙ୍ଗୋତ୍ରୀଦେବୀ, ନବକିଶୋର ମଲ୍ଲିକ, ବିରାଜିନୀ ମହାପାତ୍ର, ବଳରାମ ସାହୁ, ସଞ୍ଜୁଲତାମିଶ୍ର, କବିତା ଦେବୀ, ଆଇ ସାହୁ, ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଇଶ୍ଵର ଚନ୍ଦ୍ର ନାୟକ ଓ ପ୍ରବକ୍ତା ମୁରଲୀଧର ପରିଡ଼ା ଙ୍କ ପଦବୀ ରେ ଏକ ଯୁଗ୍ମ ଆକାଉଣ୍ଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରତ୍ୟେକ ସପ୍ତାହରେ କାର୍ଯ୍ୟକାରୀ ପରିଷଦ ଭର୍ଚୁଆଲ ମିଟିଂ ଓ ପ୍ରତି ମାସର ଶେଷ ରବିବାର ରାତ୍ର ଆଠଟା ସମୟରେ ଏକ ସାଧାରଣ ବୈଠକ ଭର୍ଚୁଆଲ ମୋଡ଼ ରେ ହେବା ପାଇଁ ସ୍ଥିର କରାଯାଇଥିଲା। ସରକାରଙ୍କ ନିକଟରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମସ୍ୟା ଖୁବ୍ ଶିଘ୍ର ଜଣାଇବା ସହିତ ଭୁବନେଶ୍ବରରେ ନିକଟରେ ଫୁଲନଖରାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା।

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତରଫରୁ ଏକ ଜୀବନାବଳୀ କାର୍ଯ୍ୟକ୍ରମ କୁ ନେଇ ପୁସ୍ତକ ଉନ୍ମୋଚନ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ପ୍ରବକ୍ତା ଶ୍ରୀ ପରିଡ଼ା ଏକ ଭକ୍ତିପୂତ ଭଜନ ପରିବେଷଣ କରିବା ସହିତ ଧନ୍ୟବାଦ ଅର୍ପଣ କରିବା ପରେ ସଭାକୁ ବିରତି ଦିଆଯାଇଥିଲା।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.