Take a fresh look at your lifestyle.

ଜିଲ୍ଲା ବ୍ୟାଡ୍ମିଂଟନ୍ ସଂଘ ଢେଙ୍କାନାଳର ନୂତନ କର୍ମକର୍ତା ଚୟନ

0 15

ଢେଙ୍କାନାଳ : ଗତ ୬ ତାରିଖ ଦିନ ଢେଙ୍କାନାଳ ନୂଆପୋଖରୀ ନିକଟ ନୂତନ ଇଣ୍ଡୋର୍ ହଲ୍ ଠାରେ ଜଲ୍ଲା ବ୍ୟାଡ୍ମିଂଟନ ସଂଘର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଘର ବାଇ-ଲ ଅନୁଯାୟୀ ନିର୍ବାଚନ ବଦଳରେ ଚୟନ ହେବା ପାଇଁ କର୍ମକର୍ତାମାନେ ମତପ୍ରକାଶ କରିଥିଲେ ।

ସଭାପତି ଭାବେ ଦୀପକ କୁମାର ଦଳେଇ, କାର୍ଯ୍ୟକାରି ସଭାପତି ଭାବେ ଅମିତ ରଞ୍ଜନ ଶତପଥୀ, ଉପସଭାପତି ଭାବେ ସତ୍ୟ ରଞ୍ଜନ କର, ସମ୍ପାଦକ ଭାବେ ଟଙ୍କଧର ବେହେରା, ସହ-ସମ୍ପାଦକ ଭାବେ ପ୍ରଦୀପ କୁମାର ମିଶ୍ର, କୋଷାଧ୍ୟକ୍ଷ ଭାବେ ରଶ୍ମି ପ୍ରକାଶ ପଟ୍ଟନାୟକ, ସହ-କୋଷାଧ୍ୟକ୍ଷ ଭାବେ ପ୍ରମୋଦ କୁମାର ସିଂହଙ୍କୁ ଚୟନ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଟେକ୍ନିକାଲ ଆଡ୍ଭାଇଜର ଜିତେନ୍ଦ୍ର କୁମାର ଦାସ, ତାରେଣୀ ପ୍ରସାଦ ମାଝି, ନିଳାଦ୍ରୀ ରଞ୍ଜନ ମହାନ୍ତି, ସଦାନନ୍ଦ ସଚ୍ଚିଦାନନ୍ଦ ମାଦେଳି, ଆଇନ୍ ଉପଦେଷ୍ଟା ମଳୟ ପାଣିଗ୍ରାହୀଙ୍କୁ ଚୟନ କରାଯାଇଥିଲା । ଉକ୍ତ ସଭାରେ ମଳୟ ପଟ୍ଟନାୟକ, ଟଙ୍କଧର ବେହେରା, ମୋହନ କୁମାର ନାଏକ, ରଶ୍ମି ପ୍ରକାଶ ପଟ୍ଟନାୟକ, ପ୍ରଦୀପ କୁମାର ମିଶ୍ର, ସତ୍ୟ ରଞ୍ଜନ କର, ଦୀପକ ଦଳେଇ, ଅମିତ ରଞ୍ଜନ ଶତପଥୀ, ପ୍ରମୋଦ ସିଂହ, ଜିତେନ୍ଦ୍ର ଦାସ, ତାରେଣୀ ମାଝି, ସୂର୍ଯ୍ୟକାନ୍ତ ମହାପାତ୍ର, ପ୍ରିୟବ୍ରତ ପ୍ରଧାନ, ସଦାନନ୍ଦ ସଚ୍ଚିଦାନନ୍ଦ ମାଦେଳି ପ୍ରମୁଖ ସଂଘର ସଭ୍ୟ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

- Advertisement -

Leave A Reply

Your email address will not be published.