Take a fresh look at your lifestyle.

ବେଗା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ,ଗାନ୍ଧିଜୀ କ୍ରିକେଟ କ୍ଳବ ଚମ୍ପିୟାନ

ଆଶିଷ ଦାସ ମ୍ୟାନ ଅଫ ଦି ଫାଇନାଲ ଓ ରଶ୍ମିରଂଜନ ମହାନ୍ତି ମ୍ୟାନ ଅଫ ଦି ସିରିଜ

0 40

Get real time updates directly on you device, subscribe now.

ଢେ଼ଙ୍କାନାଳ: ବେଗା ହାଇସ୍କୁଲ ମିନି ଷ୍ଟାଡିଅମ ପରିସରରେ ଉଦଯାପିତ ହୋଇଯାଇଛି ୧୯ତମ ବେଗା କ୍ରିକେଟ ଟୁର୍ନାମେଣ୍ଟ l ଗ୍ରାଣ୍ଡ ଫାଇନାଲ ରେ ବେଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇ ବିଜୟୀ ଓ ରନର୍ସ ଦଳ କୁ ଟ୍ରଫି ପ୍ରଦାନ କରିଥିଲେ l

ଏହି  ସଭାରେ ପ୍ରିୟ ସଙ୍ଗଠନ ର ଡ଼ାଇରେକ୍ଟର ଟଙ୍କଧର ବାରିକ , ବଡ଼ଚଣା ବ୍ଲକର ଯୁବ ସମାଜସେବୀ ରଶ୍ମିରଂଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ପଟନାୟକ, ବେଗାପଞ୍ଚାୟତ ନାଏବ ସରପଞ୍ଚ ଅଂଜନ ପାଢ଼ୀ, ସମାଜସେବୀ ସୁରଜ ମହାନ୍ତି ସମେତ ବହୁ ନେତୃତ୍ୱ ଯୋଗ ଦେଇଥିଲେ l ଗ୍ରାଣ୍ଡଫାଇନାଲ ମ୍ୟାଚ ରେ ରଘୁନାଥ ଜୀଉ କ୍ରିକେଟ କ୍ଳବ କଳକଳା ଓ ଗାନ୍ଧିଜୀ କ୍ରିକେଟ କ୍ଳବ ବେଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l

ଏହି ମ୍ୟାଚରେ ଗାନ୍ଧିଜୀ ଟିମ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୬ୱାଇକେଟ ହରାଇ ୧୫୪ ରନ କରିଥିବା ବେଳେ କଳକଳା ସମସ୍ତ ଉଇକେଟ ହରାଇ ୬୯ରନ କରିବାକୁ ସକ୍ଷମ ହୋଇଥିଲା l ଯାହାଫଳରେ ବେଗା କ୍ରିକେଟ ଟିମ ଟିମ ମ୍ୟାଚ ଜିତି ଏ ବର୍ଷର ଚମ୍ପିୟାନ ହୋଇଛି l

ଖେଳପାଇଁ ଗାନ୍ଧିଜୀ କ୍ରିକେଟ କ୍ଳବ ର ଆଶିଷ ଦାସ ମ୍ୟାନ ଅଫ ଦି ଫାଇନାଲ ଓ ରଶ୍ମିରଂଜନ ମହାନ୍ତି ମ୍ୟାନ ଅଫ ଦି ସିରିଜ ହୋଇଥିଲେ ଏହି ଖେଳକୁ ସୌଭାଗ୍ୟ ବେହୁରା ଓ ବିକାଶ କୁମାର ନାଏକ ପରିଚାଳନା କରିଥିବା ବେଳେ ଲିଙ୍ଗରାଜ କବି ପରିଚାଳନାରେ ସହଯୋଗ କରିଥିଲେ l

ଏହି ଟୁର୍ନାମେଣ୍ଟକୁ ଶିକ୍ଷାବିତ ଚନ୍ଦ୍ରଶେଖର କାନୁନଗୋ ଓ ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.