Take a fresh look at your lifestyle.

ପୁରୀ-ହାଟିଆ ତପସ୍ୱୀନୀ ଏକ୍ସପ୍ରେସର LBH ଉଦଘାଟନ : ସାଂସଦ, ବିଧାୟକ କାର୍ଯ୍ୟକ୍ରମ ବର୍ଜନ କଲେ

0 75

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଦେଇ ଚଳାଚଳ କରୁଥିବା ପୁରୀ-ହାଟିଆ ତପସ୍ୱୀନୀ ଏକ୍ସପ୍ରେସର LBH ଉଦଘାଟନ କାର୍ଯ୍ୟକ୍ରମକୁ ଢେଙ୍କାନାଳ ସାଂସଦ ଓ ବିଧାୟକ ବର୍ଜନ କରିଛନ୍ତି । ରେଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଡକାଯାଇ ନଥିବାରୁ କାର୍ଯ୍ୟକ୍ରମ ବର୍ଜନ କରାଯାଇଥିବା ସାଂସଦ ମହେଶ ସାହୁ କହିଛନ୍ତି ।

ପ୍ରକାଶ ଯେ, ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସର ବଗି ଗୁଡିକ ରାଜଧାନୀ ଏକ୍ସପ୍ରେସ୍ ଭଳି ସୁବିଧା ଓ ଥାକ କରାଯିବାର ରୂପାନ୍ତରିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭୁବନେଶ୍ୱର ରେଳ ଷ୍ଟେସନରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧିର କୁମାର ସାମଲ ଓ ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକଙ୍କୁ ଢେଙ୍କାନାଳ ରେଳ ଷ୍ଟେସନରେ ଏହି ଆଭାସୀ

କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବାକୁ ରେଳ ବିଭାଗ ପକ୍ଷରୁ ଢେଙ୍କାନାଳ ଷ୍ଟେସନ ମ୍ୟାନେଜରଙ୍କ ଦ୍ୱାରା ନିମନ୍ତ୍ରିତ କରାଯାଇଥିଲା । ମାତ୍ର ଏହି କାର୍ଯ୍ୟକ୍ରମକୁ କୌଣସି ଏମ୍ପି ଓ ବିଧାୟକ ଯାଇନଥିଲେ ।

ନିଜର ପ୍ରତିକ୍ରିୟା ଦେଇ ସାଂସଦ ମହେଶ ସାହୁ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେଡି ସମର୍ଥନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୟାରେ ରାଜ୍ୟସଭାକୁ ଯାଇଛନ୍ତି । ମାତ୍ର ସେ ଯେଉଁ କାର୍ଯ୍ୟକ୍ରମ ଏଠାରେ କଲେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ତା’ର ପ୍ରତିବାଦ କରି କାର୍ଯ୍ୟକ୍ରମକୁ ବର୍ଜନ କଲେବୋଲି ସୂଚନା ଦେଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.