Take a fresh look at your lifestyle.

ବଢ଼ୁଛି କରୋନା ସଂକ୍ରମଣ,ରାଜ୍ୟରେ ଆଉ ୧୮ଶହ ୯୭ ପଜିଟିଭ୍ ଚିହ୍ନଟ

ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି

0 32

Get real time updates directly on you device, subscribe now.

ଢେଙ୍କାନାଳ : ଗତ ୨୪ଘଣ୍ଟାରେ ରାଜ୍ୟରେ ଆଉ ୧୮ଶହ ୯୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୭୯୧ ଜଣ ରହିଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୬୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୨୬୨ ଓ କଟକରୁ ୧୪୮ ଏବଂ ସମ୍ବଲପୁରରୁ ୧୨୫, ବାଲେଶ୍ୱରରୁ ୧୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୧୫୮, ଝାରସୁଗୁଡ଼ା ୬୬, ପୁରୀରୁ ୫୪, ମୟୂରଭଞ୍ଜରୁ ୪୦, ଗଞ୍ଜାମରୁ ୩୪, ଯାଜପୁରରୁ ୩୦, କେନ୍ଦୁଝରରୁ ୩୧ ବରଗଡ଼ ଓ ଦେଗଡ଼ରୁ ୧୬ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୧୯, କୋରାପୁଟରୁ ୧୫, କଳାହାଣ୍ଡି ଓ ନୟାଗଡ଼ରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ସୋନପୁରରୁ ୧୩, ନୂଆପଡ଼ାରୁ ୧୨. ଭଦ୍ରକ ୭, ରାୟଗଡ଼ା ୭, ବଲାଙ୍ଗୀର ୬ ଢେଙ୍କାନାଳ ୪, ଅନୁଗୁଳରୁ ୩ ବୌଦ୍ଧରୁ ୩, ଗଜପତି୨, କେନ୍ଦ୍ରାପଡ଼ାରୁ ୨, କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୯ହଜାର ୭୭୩କୁ ବୃଦ୍ଧି ପାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.