Take a fresh look at your lifestyle.

ଗଁଦିଆ ବ୍ଲକ ରେ ଧାନ ମଣ୍ଡିର ଶୁଭାରମ୍ଭ

0 86

ଯୋରନ୍ଦା : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଆଜି ଧାନମଣ୍ଡିର ଶୁଭାରମ୍ଭ ହୋଇଛି ପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ ଧାନ କ୍ରୟରେ ନିଜକୁ ସାମିଲ କରିଛନ୍ତି l  ନିହଲପ୍ରସାଦ ସେବା ସମବାୟସମିତି ଠାରେ ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧା ରାଣୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ l

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ସିଡିପିଓ ଉର୍ମିଳା ଦେଉରୀ ବ୍ଲକ ଯୋଗାଣ ଅଧିକାରୀ ସ୍ଵର୍ଣ ପ୍ରଭା ଜେନା ମିଶନ ଶକ୍ତି ସୁପରଭାଇଜର ସସ୍ମିତା ରାଉତ ପ୍ରମୁଖ ଉପସ୍ଥିତ ରହି କିପରି ଭାବରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରିପାରିବେ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ l ଉକ୍ତ ଧାନ ମଣ୍ଡି ର ଦାୟିତ୍ୱ ସ୍ଥାନୀୟ ଶକ୍ତି ମା ବିଶ୍ଵରୂପା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି l  ଏହି ମଣ୍ଡିରେ ମୋଟ ଭାବରେ 659,19 କ୍ଵଇଣ୍ଟାଲ ଧାନ କ୍ରୟ କରାଯାଇଛି l

ସେହିପରି ଦେଓଗାଁ ସେବା ସମବାୟ ସମିତି ଠାରେ ଆଜି ଅନ୍ୟ ଏକ ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି l ଉକ୍ତ ମଣ୍ଡି କୁ ସ୍ଥାନୀୟ ସରପଞ୍ଚ ସାଗରିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ l ଦେଓଗାଁ ର ମହାମାୟି ସ୍ୱୟଂ ସହାୟକ ଗୋଷ୍ଠୀ ଏଠାରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ ନିମନ୍ତେ ଦାୟିତ୍ୱ ନେଇ ଅଛି l ସଭାପତି ଲୀଲା ଗଡନାୟକ ଓ ସମ୍ପାଦକ ପ୍ରମିଳା ବେହେରା ତଥା ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଧାନ କ୍ରୟ କରିଥିଲେ ଏଠାରେ ମୋଟ୫୦୦ କୁଇଣ୍ଟାଲ ଧାନ ଚାଷି ମାନଙ୍କ ଠାରୁ କ୍ରୟ କରାଯାଇଛି l

- Advertisement -

Leave A Reply

Your email address will not be published.