Take a fresh look at your lifestyle.

ଏନଟିପିସି ନୂତନ ପନିପରିବା ବଜାର ଉଦଘାଟିତ

0 19

କଣିହାଁ: ଅନୁଗୋଳ ଜିଲା  କଣିହାଁସ୍ଥ ଏନଟିପିସି ପକ୍ଷରୁ  ଟେଲିଫୋନ ଏକ୍ସଚେଞ୍ଜ ପାଖରେ ଏକ ନୂତନ ପନିପରିବା ବଜାର ଉଦଘାଟିତ ହୋଇଯାଇଛି l  ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,  ଏବଂ ଏନଟିପିସି କଣିହାଁର  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ  କେ ଶ୍ରୀନିବାସ ରାଓ ଯୋଗଦେଇ  ପରିବା ବଜାରକୁ ଫିତାକାଟି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।

ପୂର୍ବରୁ ପରିବା ବ୍ୟବସାୟୀମାନେ ରାସ୍ତାର ଉଭୟ ପାର୍ଶ୍ଵରେ ବସୁଥିଲେ l ଫଳରେ ଟ୍ରାଫିକ ଯାମ ହୋଇ ଗ୍ରାହକ ହନ୍ତସନ୍ତ ହେଉଥିଲେ l   ନୂତନ ପନିପରିବା ବଜାର ବିକ୍ରେତାମାନଙ୍କୁ ସେମାନଙ୍କ ବ୍ୟବସାୟ ପରିଚାଳନା କରିବା ପାଇଁ ଏକ ନିରାପଦ ଏବଂ ସ୍ୱଚ୍ଛ ସ୍ଥାନ ପ୍ରଦାନ କରିବ l ନୂତନ ବଜାର ବିକ୍ରେତା ଏବଂ ଗ୍ରାହକଙ୍କୁ ମଧ୍ୟ ଏକ ସୁରକ୍ଷିତ ସ୍ଥାନ ଯୋଗାଇବ ବୋଲି ଶ୍ରୀ କେ ରାଓ ଖୁସି ବ୍ୟକ୍ତ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଜିଏମ  ରାଜେନ୍ଦ୍ରନାଥ ଦାସ, ଜିଏମ୍  ପ୍ରେମ ଚାନ୍ଦ, ଏଜିଏମ୍ (ଏଚ୍ଆର୍), ୟୁନିଅନ୍ ଏବଂ ଆସୋସିଏସନ୍ ନେତା, ସ୍ଥାନୀୟ ଗ୍ରାମ ପ୍ରତିନିଧୀମାନେ ଉପସ୍ଥିତ ଥିଲେ।

- Advertisement -

Leave A Reply

Your email address will not be published.