Take a fresh look at your lifestyle.

ନିଯୁକ୍ତି ମେଳା କୁ ସଫଳ କରିବା ଦିଗରେ G T Bharat ର ଭୂମିକା

0 34

Get real time updates directly on you device, subscribe now.

କାମାକ୍ଷାନଗର: ଭାରତ ସରକାର ଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରାଳୟ (MSDE) ର ଯୋଜନା କାର୍ଯ୍ୟକାରୀ ଓ ଜ୍ଞାନ ସହଭାଗୀ National Skill Development Corporation (NSDC) ମାଧ୍ୟମ ରେ ନଭେମ୍ବର 6 ତାରିଖ 2022 ରବିବାର ଦିନ ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗର ଠାରେ ଏକ କୌଶଳ ମହୋସ୍ଛଭ ଆୟୋଜନ କରି ଢେଙ୍କାନାଳ ଜିଲ୍ଲା ର ଅସଂଖ୍ୟ ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିଛି I
ଓଡିଶା ର ଯୁବକ ତଥା ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମାର୍ଗ ଦର୍ଶନ ରେ ଏହି ପଦକ୍ଷପ ନିଆ ଯାଇଛି I ଯାହା ଯୁବ ପିଢ଼ି ଙ୍କୁ ରୋଜଗାର ସୁଯୋଗ ପ୍ରଦାନ ତଥା ଯୁବ ଶକ୍ତି ଙ୍କୁ ସଶକ୍ତିକରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା କୁ ପୂରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ଅଟେ I
ଏହି ନିଯୁକ୍ତି ମେଳା ଆୟୋଜନ କରିବା ରେ Grant Thornton Bharat LLP, NSDC କୁ ସହଯୋଗ କରିଥିଲା I  Grant Thornton ର ଟିମ ନିଯୁକ୍ତି ମେଳା ରେ 5000 ଯୁବକ ଯୁବତୀ ଙ୍କୁ ଏକତ୍ର କରିଥିଲେ I Grant Thornton ମଧ୍ୟ 25 ପ୍ରତିଷ୍ଠିତ ନିଯୁକ୍ତି ଡାଟା ଙ୍କୁ ଏହି ନିଯୁକ୍ତି ମେଳା କୁ ଆଣିଥିଲା I ସେଠି ମଧ୍ୟ ରୁ Shahi Export pvt ltd, Aditya Birla Fashion and Retail, S.K Enterprises, E-COM Express, Quess Corp LTD ଅନ୍ୟତମ I
Grant Thornton Bharat LLP ଢେଙ୍କାନାଳ ଜିଲ୍ଲା  ରେ  6500 ରୁ ଅଧିକ ମହିଳା ମାନଙ୍କର ଉନ୍ନତି ପାଇଁ କୃଷକ ଉତ୍ପାଦକ ସମିତି ଗଠନ କରି ମହିଳା ଚାଷୀ ମାନଙ୍କର ଆୟ କୁ ଦୁଇ ଗୁଣ  କରିବା ଦିଗ ରେ  କାର୍ଯ୍ୟରତ ରହିଛି I ସେମାନଙ୍କ ର ଆୟ ବୃଦ୍ଧି କରାଯିବ ସହିତ ସରକାର ଙ୍କ ବିଭିନ୍ନ ଯୋଜନା ମଧ୍ୟ ପହଞ୍ଚାଇ  ପାରୁଛି I
ଏହିପରି ନିଯୁକ୍ତି ମେଳା ରେ ଲାଭ  ଉଠାଇବା ପାଇଁ ତାଙ୍କ କାର୍ଯ୍ୟ କ୍ଷେତ୍ର ରୁ ଯୁବକ ଯୁବତୀ ମାନଙ୍କୁ ବଡ ବଡ ନିଯୁକ୍ତି ଦାତା ମାନଙ୍କ ସହ ଯୋଡି ଥିଲେ I ଗ୍ରାମାଞ୍ଚଳ ର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଯୋଗାଇବା ନିମନ୍ତେ ଏହି ନିଯୁକ୍ତି ମେଳା ରେ ବଡ ବଡ କମ୍ପାନୀ ରେ ସିଧା ସଳଖ interview ଦେବା ର ଏହା ଏକ ଉତ୍ତମ ଉପାୟ I

 

ଏହା କେବଳ ନିଯୁକ୍ତି ମେଳା ନୁହେ କାରଣ ଏହା ଦ୍ୱାରା ଆମ ଯୁବକ ଯୁବତୀ ମାନେ ଓଡିଶା ତଥା ଓଡିଶା ବାହାର ର ବିଭିନ୍ନ କମ୍ପାନୀ ସହିତ ଯୋଡି ହେବାର ସୁଯୋଗ ପାଇଛନ୍ତି I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.