Take a fresh look at your lifestyle.

ପ୍ରଧାନ ଶିକ୍ଷକମାନଙ୍କର ଏକ ଦିବସୀୟ ତାଲିମ ଶିବିର

0 7

ଢେଙ୍କାନାଳ :  ସ୍ଥାନୀୟ ସୁଲକ୍ଷଣାଦେବୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ଡିଜିଟାଲ୍ ଗଭର୍ଣ୍ଣାସ ସମ୍ପର୍କରେ ପ୍ରଧାନ ଶିକ୍ଷକମାନଙ୍କର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ସଦର ବିଇଓ ବ୍ରହ୍ମାନନ୍ଦ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ, ଢେଙ୍କାନାଳର ମୁଖ୍ୟ ଶାଖା ପ୍ରବନ୍ଧକ ମୀନକେତନ ବାଡିଆ, ଏବିଇଓ ଦେବବ୍ରତ ନାଥ, ସମଗ୍ର ଶିକ୍ଷା ଅଭିଯାନର ବାଳିକା ସଂଯୋଜିକା ପ୍ରଦିପ୍ତା ପି୍ରୟଦର୍ଶିନୀ ଯୋଗଦେଇ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ, ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

କେନ୍ଦ୍ର ସରକାରଙ୍କର ଯୋଜନା ମୁତାବକ ସମସ୍ତ ବିଦ୍ୟାଳୟ ଗୁଡିକର ଅର୍ଥ ପରିଚାଳନାରେ ସ୍ୱଚ୍ଛତା ଆଣିବା ପାଇଁ ବିଦ୍ୟାଳୟ ଗୁଡିକୁ ଡିଜିଟାଲ୍ ଗଭର୍ଣ୍ଣାସ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବ । ଏହି ବ୍ୟବସ୍ଥା ଦ୍ୱାରା ବିଦ୍ୟାଳୟ କର୍ତୃପକ୍ଷ ଅର୍ଥ କାରବାର ପାଇଁ ସ୍କୁଲ କାର୍ଯ୍ୟଛାଡି ଅଯଥା ବ୍ୟାଙ୍କ ଦୌଡି ହଇରାଣ ହେବାରୁ ରକ୍ଷା ପାଇବେ ।

ତତ୍ ସହିତ ବିଦ୍ୟାଳୟର ଶିକ୍ଷାଦାନ କାର୍ଯ୍ୟ ବାଧାପ୍ରାପ୍ତ ହେବ ନାହିଁ  । ଶିବିରରେ ୧୮୪ଟି ବିଦ୍ୟାଳୟ ଓ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଏହି ଡିଜିଟାଲ୍ ଗଭର୍ଣ୍ଣାସରେ ଅନ୍ତର୍ଭୁକ୍ତ କରାଗଲା ।

 ଶିବିରରେ ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ୧୮୪ଜଣ ପ୍ରଧାନ ଶିକ୍ଷକ, ୧୭ଜଣ ସିଆରସିସି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ  ଆୟୋଜନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ସହଯୋଗ କରିଥିଲେ ।

- Advertisement -

Leave A Reply

Your email address will not be published.