Take a fresh look at your lifestyle.

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଉଚ୍ଚ ରକ୍ତଚାପ ପରୀକ୍ଷା ଶିବିର ଅନୁଷ୍ଠିତ

୬ଟି ଗାଁର ୨୩୩ ଜଣ ବ୍ୟକ୍ତି ଶିବିରରେ ଯୋଗ ଦେଇ ରକ୍ତଚାପ ପରୀକ୍ଷା କରାଇଥିଲେ

0 102

ନରେନ୍ଦ୍ରପୁର: ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରକ୍ତଚାପ ପରୀକ୍ଷା ଶିବିର ଆୟୋଯିତ କରାଯାଇଥିଲା । ଢେଙ୍କାନାଳର ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାର ନିକଟରେ ଥିବା ହିନ୍ଦୋଳ ଏବଂ ଓଡାପଡା ବ୍ଲକ୍ ର ଆଖପାଖ ୬ଟି ଗାଁରେ ଏଇ ଶିବିର ଅନୁଷ୍ଠିତ ହେଇଥିଲା। ଡାକ୍ତର ପ୍ରଜିତ ବାନାର୍ଜୀ, ଡାକ୍ତର ସୁଭେଚ୍ଛା ମହାନ୍ତି ନିଜ ସହଯୋଗୀଙ୍କ ସହ ଶିବିରରେ ଉପସ୍ଥିତ ରହି ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିବା ସହ ସେମାନଙ୍କ ରକ୍ତଚାପ ପରୀକ୍ଷା କରିଥିଲେ।

ଉଚ୍ଚ ରକ୍ତଚାପ ହୃଦରୋଗର ପ୍ରମୁଖ କାରଣ ହୋଇଥିବାରୁ ଏହାର ନିରାକରଣ କିପରି କରାଯାଇପାରିବ ସେ ସମ୍ପର୍କରେ ଶିବିରରେ ଉପସ୍ଥିତ ରହିଥିବା ସ୍ୱାସ୍ଥ୍ୟକର୍ମୀମାନେ ଲୋକମାନଙ୍କୁ ବୁଝାଇଥିଲେ । ଡାକ୍ତର ବାନାର୍ଜୀ ଏବଂ ଡାକ୍ତର ମହାନ୍ତିଙ୍କ ଦଳରେ ରହିଥିବା ସ୍ୱାସ୍ଥ୍ୟକର୍ମୀ ସନ୍ଦୀପ ସୁନ୍ଦର ବେହେରା, ଫକୀର ମୋହନ ପାତ୍ର, ସଂଘମିତ୍ରା ନାଗ ଏବଂ ନର୍ମଦା ପଲେଇ ଉଚ୍ଚ ରକ୍ତଚାପରେ ପିଡିତ ଥିବା ବ୍ୟକ୍ତିମାନଙ୍କୁ ନିଜ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥିଲେ । ଏଇ ଶିବିରରେ ସର୍ବମୋଟ ୨୩୩ ଜଣ ବ୍ୟକ୍ତିଙ୍କ ରକ୍ତଚାପ ପରୀକ୍ଷା କରାଯାଇଥିଲା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, ଉଚ୍ଚ ରକ୍ତଚାପ ଅକାଳ ମୃତ୍ୟୁର ଏକ ପ୍ରମୁଖ କାରଣ । ସେଇଥିପାଇଁ ଉଚ୍ଚ ରକ୍ତଚାପର ସମ୍ପୂର୍ଣ୍ଣ ନିରାକରଣ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି। ଉଚ୍ଚ ରକ୍ତଚାପ ବ୍ୟତିତ ବିଶ୍ୱର ଏଇ ପ୍ରମୁଖ ସଂଗଠନ ମ୍ୟାଲେରିଆ, ଯକ୍ଷ୍ମା, ଏଚଆଇଭି/ଏଡ୍ସ ଭଳି ଅସାଦ୍ଧ୍ୟ ରୋଗର ନିରାକରଣ ଏବଂ ମାତୃ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବିଭିନ୍ନ ସମୟରେ ଶିବିର ଓ ସଚେତନତା କାର୍ୟ୍ୟକ୍ରମ ଆୟୋଜିତ କରିଆସୁଛି।

- Advertisement -

Leave A Reply

Your email address will not be published.