Take a fresh look at your lifestyle.

ଭୋଜଦେଇ ପୁର ରେ ପାରମ୍ପରିକ ଶିବବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା ସମ୍ପର୍ଣ୍ଣ

0 112

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ସଦର ମହକୁମା ଠାରୁ ଅନତି ଦୂରରେ ଭୋଜଦେଈପୁର ଶାସନର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ଭୋଳେଶ୍ବର ମହାପ୍ରଭୁଙ୍କ ପୀଠ ସ୍ଥଳୀ, ଯାହାଙ୍କର କୋଳ ମଣ୍ଡନ କରୁଛି ପୂଣ୍ୟ ତୋୟା ବ୍ରାହ୍ମଣି ନଦୀ।ମାନବୀୟ ଲୀଳା ର ନିଦର୍ଶନ ସ୍ୱରୂପ ଦୁଇ ଦିନ ଧରି ପୁଣ୍ୟ ତିଥିରେ ଗ୍ରାମବାସୀ ତଥା ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶାସରକାର ଙ୍କ ମିଳିତ ଆନୁକୂଲ୍ୟରେ ପାରମ୍ପରିକ ଆନୁଷ୍ଠାନିକ ଶିବ ବିବାହ ଶୀତଳ ଷଷ୍ଠୀ ଯାତ୍ରା ସମ୍ପନ୍ନ ହୋଇ ଅଛି ।

ମନ୍ଦିର ଟ୍ରଷ୍ଟ ର ବିଧି ବିଧାନ ଅନୁଯାୟୀ ଦେବକାର୍ଯ ମହାସ୍ନାନ ,ବାଳଧୁପ, ସୂର୍ଯ୍ୟ ପୂଜା, ନବଗ୍ରହ, ପାର୍ଶ୍ୱଦେବ ପୂଜା ଓ ମନ୍ଦିର ପ୍ରବେଶ । ମହା ରୁଦ୍ର ଅଭିଷେକ ,ମଙ୍ଗନ ହାଣ୍ଡି ବିଜେ ଓ ରୋଷ ଘରେ କଳସ ସ୍ଥାପନ ନୀତି ପାଳିତ ହୋଇ ଯାଇଛି । ବିଶ୍ରାମ ଓ ଗ୍ରାମ ମଧ୍ୟରେ ବିଜୟ ବାରିକ ଓ ସାଥି କଳାକାର, ଜଗତସିଂହପୁର ଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା l

ରାତି ଶ୍ରୀ ଭୋଳେଶ୍ୱର ମହାପ୍ରଭୁଙ୍କର ବର ବେଶରେ (ଚଳନ୍ତି ରୂପା ନାଗ ଓ ବିଜେ ପ୍ରତିମା) ସୁସଜ୍ଜିତ ବିମାନରେ ମଙ୍ଗୁଳିତ ଭୋଗ ପାଇଁ ମନ୍ଦିର ରୁ ଗାଁ ଅଭିମୁଖେ ଯାତ୍ରା ଓ ଆତସବାଜି , ବାଣ ପ୍ରଦର୍ଶନ ରେ ଗାଁ ବିଜେ ସାରି ମନ୍ଦିର ବିବାହ ମଣ୍ଡପ କୁ ଆଗମନ ପୂର୍ବକ ବିଭାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା lରାତି ସମୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅପେରା ପ୍ରଦର୍ଶନ ହୋଇଥିଲା l ଶୀତଳ ଷଷ୍ଠୀ ଉପଲକ୍ଷେ ନବ ଦମ୍ପତି ଙ୍କୁ ଏକ ସୁସଜିତ ବିମାନରେ ଓ ବିଭିନ୍ନ ବାଦ୍ୟ, ଲଉଡ଼ିଖେଳ,ଆତସ ବାଜି ପରିବେଷଣ ପୂର୍ବକ ଗ୍ରାମ ପରୀକ୍ରମା କରାଯାଇଥିଲା l

ଅନଗୁଳ ରୁ ଆସିଥିବା ସ୍ୱୀକୃତି ପ୍ରାପ୍ତ କଳାକାର ଙ୍କ ଦ୍ୱାରା ନୃତ୍ୟ ପରିବେଷଣ ପୂର୍ବକ ଉପସ୍ଥିତ ଦର୍ଶକ ଙ୍କ ମନୋରଞ୍ଜନ କରାଯାଇଥିଲା l ଶ୍ରୀ ଶ୍ରୀ ଭୋଳେଶ୍ୱର ଜୀଉ ଟ୍ରଷ୍ଟ ଓ ଗାଁ ପାଇଁ ଦିନଟିଏ ଅଭିଯାନ ର ସମସ୍ଥ କର୍ମ କର୍ତା ଙ୍କ ଦ୍ୱାରା ଏ ସମସ୍ତ କାର୍ଯ୍ୟ ସୁଚାରୁ ରୂପ ସମ୍ପର୍ଣ୍ଣ ହୋଇଥିଲା l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.