Take a fresh look at your lifestyle.

ଭାରତୀୟ ଜୀବନବୀମା ଦେଶର ଆର୍ଥିକ ସୁଧାର କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନେଇଛି

ବୀମା ସପ୍ତାହ ପାଳନ ଉଦଯାପିତ

0 16

Get real time updates directly on you device, subscribe now.

ଢେଙ୍କାନାଳ : ଭାରତୀୟ ଜୀବନବୀମା ଢେଙ୍କାନାଳ ଶାଖା ପକ୍ଷରୁ ବୀମା ସପ୍ତାହ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ପ୍ରବନ୍ଧକ ବି ସୁଜିତ କୁମାର ଯୋଗଦେଇ ଭାରତୀୟ ଜୀବନବୀମା ଦେଶର ଆର୍ଥିକ ସୁଧାର କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନେଇଛି ବୋଲି କହିଥିଲେ ।

ଉତ୍ସବରେ ପ୍ରଶାସନିକ ପ୍ରବନ୍ଧକ ଚକ୍ରଧର ମିଶ୍ର ଜୀବନବୀମାର ସଫଳତା ଉପରେ କହିବା ସହିତ ବିବରଣୀ ପାଠ କରିଥିଲେ । ଅନ୍ୟତମ ପ୍ରଶାସନ ପ୍ରବନ୍ଧକ ଦୁର୍ଗାଚରଣ ମହାପାତ୍ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । BM ସେଲ୍ସ  ବିଶ୍ୱଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ପ୍ରତୀଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅବସରଗ୍ରହଣ କରିବାକୁ ଥିବା ବରିଷ୍ଠ କର୍ମଚାରୀ ସଞ୍ଜୟ କୁମାର ବେହେରାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜୟକୃଷ୍ଣ ମହାନ୍ତି ଓ ଅମୀୟ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.