Take a fresh look at your lifestyle.

୪୭ତମ ଜାତୀୟ ଜୁନିୟର ଭଲିବଲ ଚାମ୍ପିୟନ୍ସିପ୍: ଭାଗ ନେଲେ ଟାଟା ଷ୍ଟିଲ ଦ୍ୱାରା ପ୍ରଶିକ୍ଷିତ ଢେଙ୍କାନାଳ ଖେଳାଳି

0 35

Get real time updates directly on you device, subscribe now.

ଓଡାପଡା: ଓଡ଼ିଶା ଜୁନିୟର ଭଲିବଲ ଟିମ୍ର ସଦସ୍ୟ ଭାବେ ୪୭ତମ ଜାତୀୟ ଜୁନିୟର ଭଲିବଲ ଚାମ୍ପିୟନସିପ ଭାଗ ନେଇଛନ୍ତି ଟାଟା ଷ୍ଟିଲ ମେରାମଣ୍ଡଳୀ ଦ୍ୱାରା ପ୍ରଶିକ୍ଷିତ ସୁବ୍ରତ ବେହେରା ଓ ବିକାଶ ପାତ୍ର । ନୂଆଗାଁ ପଂଚାୟତ ଅଧିନସ୍ଥ ଖଲିବେରଣା ଗ୍ରାମର ସୁବ୍ରତ ଓ ସରପା ଗ୍ରାମର ବିକାଶ ପଶ୍ଚିମବଙ୍ଗର ବର୍ଦବାନ୍ ଜିଲ୍ଲାର ଅରବିନ୍ଦ ଷ୍ଟାଡ଼ିୟମ ଅତି ନିକଟରେ ଆୟୋଜିତ ଏହି ଚାମ୍ପିୟନସିପ ଅଂଶଗ୍ରହଣ କରିଛନ୍ତି । ଏହି ଦୁଇ ଖେଳାଳିଙ୍କ ସହିତ ସ୍ଥାନୀୟ ଯୁବ ବର୍ଗମାନେ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହି ଇସ୍ପାତ କମ୍ପାନୀର ପାଶ୍ୱର୍ବର୍ତୀ ଗ୍ରାମଗୁଡ଼ିକରେ ଭଲିବଲ ଉପରେ ତାଲିମ ଗ୍ରହଣ କରୁଛନ୍ତି । ଏହି ତାଲିମ କାର୍ଯ୍ୟ ନିମନ୍ତେ ଟାଟା ଷ୍ଟିଲ ମେରାମଣ୍ଡଳୀ ସିଏସ୍ଆର ସଂସ୍ଥା ପକ୍ଷରୁ ଜାତୀୟ ସ୍ତରୀୟ କୋଚ୍ ଆଶୁତୋଷ ପାତ୍ରଙ୍କୁ ନିୟୋଜିତ କରାଯାଇଛି ।

ଜାତୀୟ ଟିମ ଚୟନ ନିମନ୍ତେ ଏହି ଖେଳାଳିମାନଙ୍କୁ ଭୁବନେଶ୍ୱରଠାରେ ରାଜ୍ୟର ପ୍ରାୟ ୨୦୦ ଖେଳାଳିଙ୍କୁ ନେଇ ଆୟୋଜିତ ରାଜ୍ୟ ମନୋନୟନ ଶିବିରରେ ପ୍ରତିଦ୍ୱନ୍ଦିତା କରିବାକୁ ପଡିଥିଲା । ତାଲିମ କେନ୍ଦ୍ରରେ କଠିନ ପ୍ରଶିକ୍ଷଣ ଏହି ଖେଳାଳିଙ୍କୁ ଜାତୀୟ ଟିମ୍ ପାଇଁ ଚୟନ ହେବାରେ ସହାୟତା କରିଛି । ଏହି ଚୟନ ଶିବିର ପାଇଁ ଢେଙ୍କାନାଳରୁ ମନୋନୀତ ହୋଇଥିବା ୧୦ଜଣ ଖେଳାଳି ଟାଟା ଷ୍ଟିଲ ସିଏସ୍ଆର ପଦକ୍ଷେପ ଅନ୍ତର୍ଗତ ତାଲିମ ହାସଲ କରୁଥିବାବେଳେ ଶେଷରେ ଏହି ଦୁଇ ଖେଳାଳି ଜିଲ୍ଲାସ୍ତରୀୟ ଦଳ ପାଇଁ ମନୋନୀତ ହୋଇଥିଲେ ।

ଚାମ୍ପିୟନସିପ ଭାଗ ନେବାର ନିଜର ଅଭିଜ୍ଞତା ବିଷୟରେ ସୁବ୍ରତ କହିଛନ୍ତି ଯେ, “ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସେଠାରୁ ଅନେକ କିଛି ଶିକ୍ଷା ଲାଭ କରିବା ଆମ ପାଇଁ ଏକ ବଡ଼ ସୁଯୋଗ ଥିଲା । ଏହା ଆମକୁ କ୍ୟାରିୟରରେ ଆଗକୁ ବଢିବାରେ ସାହାଯ୍ୟ କରିବ । ତାଙ୍କୁ ଜଣେ ପେସାଦାର ଖେଳାଳି ଭାବେ ଗଢି ତୋଳିବା ପାଇଁ ସେ କୋଚ୍ ଶ୍ରୀ ପାତ୍ରଙ୍କୁ ଧନ୍ୟବାଦ ଜଣାଇ ବିକାଶ କହିଛନ୍ତି ଯେ, “ଅଭିଜ୍ଞ କୋଚ୍ଙ୍କ ମାଗଦର୍ଶନ ତାଙ୍କୁ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ପହଂଚିବାରେ ସହାୟତା କରିଛି । ସେ ଭବିଷ୍ୟତରେ ଓଡ଼ିଶା ସିନିୟର ଟିମ ରେ ସାମିଲ ହେବାକୁ ସ୍ୱପ୍ନ ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କମ୍ପାନୀ ପକ୍ଷରୁ ବିଗତ ୩ ବର୍ଷ ହେଲା ଉଭୟ ଜୁନିୟର ଓ ସିନିୟର ବିଭାଗରେ ଏହାର କାରଖାନା ପାଶ୍ୱର୍ବର୍ତୀ ଗ୍ରାମଗୁଡ଼ିକର ପ୍ରାୟ ୫୦୦ ଜଣ ସ୍ଥାନୀୟ ଯୁବବର୍ଗଙ୍କୁ ଭଲିବଲ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହାବ୍ୟତୀତ ଖେଳାଳିମାନଙ୍କୁ ବଲ, ନେଟ୍ ଓ ଅନ୍ୟ କ୍ରୀଡ଼ା ଉପକରଣ ମଧ୍ୟ ଯୋଗାଇ ଦିଆଯାଉଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.