Take a fresh look at your lifestyle.

ଭଗବାନପୁର ରେ ଦନ୍ତାହାତୀ, ଲୋକେ ଭୟଭିତ

0 45

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ଭଗବାନପୁର ରେ ଦନ୍ତାହତୀ ଉତ୍ପାତ କରିଥିବା ଦେଖାଯାଇଛି । ଦନ୍ତାହାତୀର ଉତ୍ପାତ ଯୋଗୁଁ ଭଗବାନପୁର ଗାଁ ଲୋକ ମାନେ ଭୟଭିତ ଓ ଆତଙ୍କିତ ଥିବା ସୂଚନା ମିଳିଛି ।

ଗାଁ ର ମାନସ ପଣ୍ଡାଙ୍କ ସୂଚନା ଅନୁଯାୟୀ ,ବୁଧବାର ରାତି ପ୍ରାୟ ସାଢେ ୧୦ ଟା ବେଳକୁ ଏକ ଦନ୍ତା ହାତୀ ଗାଁ ଭିତରକୁ ପଶି ଆସିଥିଲା । ବନ କର୍ମଚାରୀ ମାନେ ଭଗବାନପୁର ଠାରେ ପହଞ୍ଚି ହାତୀକୁ ଘଉଡାଇବାକୁ ଉଦ୍ୟମ କରିବା ସହିତ ଢେଙ୍କାନାଳ-ଗଁଦିଆ- ଭୁବନ ରାସ୍ତା ରେ ଯାତାୟତ କରୁଥିବା ଲୋକ ମାନଙ୍କ ସତର୍କ ଓ ସଚେତନ କରାଇଥିଲେ ରାତି ୧୨ ଟା ବେଳକୁ ହାତୀଟିକୁ ବନ କର୍ମଚାରୀ ସାଇରନ ବଜାଇ ବଜାଇ ଶିବ ମନ୍ଦିର ଦେଇ ତଡି ଦେଇଛନ୍ତି ।

ସଂଜୀବ ରାଉତ ଏବଂ ପେମାନନ୍ଦ ଦାସଙ୍କ କହିବା ଅନୁଯାୟୀ ଗତ କିଛି ଦିନ ହେବ ହାତୀ ପଲ ଗାଁ ସୀମା ଦେଇ ଚଳପ୍ରଚଳ କରୁଛନ୍ତି । ମାତ୍ର ସେମାନଙ୍କ ଭିତରୁ ଦନ୍ତା ହାତୀ ଟିଏ ଗାଁ ଭିତରକୁ ପଶି ଆସୁଛି ।

ଜଙ୍ଗଲରେ ହାତୀ ଖାଦ୍ୟର ଅଭାବ ଯୋଗୁଁ ଖାଦ୍ୟ ଅନ୍ୱେଷଣ ରେ ହାତୀ ଟି ଗାଁ ଭିତରକୁ ଚାଲି ଆସି ଫସଲ ଖାଇ ବାକୁ ଉଦ୍ୟତ ହେଉଥିବା ବେଳେ ଲୋକ ମାନେ ଘଉଡାଇବାକୁ ବନ ବିଭାଗର ସହାୟତା ନେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.