Take a fresh look at your lifestyle.

ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପରିଚାଳନା ପରିଷଦ ବୈଠକ

0 39

 ଢେଙ୍କାନାଳ: ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ରେ ଥିବା ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପରିଚାଳନା ପରିଷଦ ବୈଠକ ପରିଚାଳନା ପରିଷଦ ସଭାପତି  ସସ୍ମିତା ପୋଥାଳ ଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ମାସ ପାଞ୍ଚ ତାରିଖ ଅପରାହ୍ନ ଦୁଇଟା ସମୟରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି ବୈଠକରେ ପରିଚାଳନା ପରିଷଦ ଉପସଭାପତି ଙ୍କ ସହିତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ହୋଇ ଆଲୋଚନା ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭ ରେ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।

ବିଦ୍ୟାଳୟ ସମିଶ୍ରଣ ପାଣ୍ଠି ର ସୁବିନିଯୋଗ ଉପରେ ଆଲୋଚନା ହୋଇଥିଲା। ବିଦ୍ୟାଳୟ ସମ୍ମୁଖରେ ଥିବା ଗ୍ରିଲ ଫାଟକ ଗ୍ରିଲ୍, କୂପ କଭର ,ପଛପଟ ଗ୍ରିଲ୍ ସହିତ ସମୁଖ ଭାଗ ରଙ୍ଗ ହେବା, ବୋରିଙ୍ଗ କୂପ ମରାମତି,ଫୁଲ ବଗିଚା ସମ୍ମୁଖରେ ଇଟା ଦ୍ବାରା ସଜାଇବା , ସହିତ ଇକୋ କ୍ଲବ୍ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।

ବିଦ୍ୟାଳୟ କୁ ଏକ ସରସ ସୁନ୍ଦର ବିଦ୍ୟାଳୟ ରୂପେ ଗଢି ତୋଳିବା ପାଇଁ ପ୍ରଧାନ ଶିକ୍ଷକ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ପ୍ରାକ୍ ଆକଳନ ଫଳାଫଳ ବିଷୟରେ ଆଲୋଚନା କରିଥିଲେ। ସାପ୍ତାହିକ ଆକଳନ ଫଳାଫଳ ରୁ ପିଲାମାନଙ୍କ ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା।

- Advertisement -

Leave A Reply

Your email address will not be published.