Take a fresh look at your lifestyle.

ଝାରସୁଗୁଡ଼ାରୁ ଦେବଗଡ ଦେଇ ପାରାଦୀପ-ଧାମରା ବନ୍ଦରକୁ ରେଳପଥ ସର୍ଭେ ଆରମ୍ଭ ଦାବିରେ ମୌନ ଗଣଧାରଣା

ଏହି ରେଳପଥଟି ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ ଜିଲ୍ଲା ସମେତ ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲା ର ଅବହେଳିତ ଅଞ୍ଚଳରେ ବିକାଶର ନୂତନ ଆଲୋକବର୍ତ୍ତିକା ସାଜିପାରିବ।

0 24

Get real time updates directly on you device, subscribe now.

 ଦେବଗଡ (କୁମୁଦ ଚନ୍ଦ୍ର ଶତପଥୀ ): ମୁଁ ଦେବଗଡକୁ ଭଲ ପାଏ ଫୋରମ୍ ପକ୍ଷରୁ ଆଜି ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ସମ୍ମୁଖରେ ଏକ ମୌନ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡ଼ାରୁ କୋଲାବିରା, କୁଚିଣ୍ଡା, ଦେବଗଡ ଓ ବାରକୋଟ ଦେଇ ପାରାଦୀପ/ ଧାମରା ବନ୍ଦରକୁ ରେଳପଥ ଦାବିରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ କୁମାର ବୈଷ୍ଣବ, ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।

କୁଚିଣ୍ଡା ଓ ଦେବଗଡରେ ଉତ୍ପାଦନ ହେଉଥିବା ଆମ୍ବ, ପଣଷ, ଲଙ୍କା, ଲିଚୁ, ପିଆଜ, ପୋଟଳ, ତରଭୁଜ, କାଙ୍କଡ, ଟମାଟୋ, ଲଙ୍କା ଆମ୍ବ ଓ କମଳା ବାହାର ରାଜ୍ୟକୁ ରପ୍ତାନୀ ହୋଇ ପାରିବ ଓ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିହେବ।ସୁନ୍ଦରଗଡ, କେନ୍ଦୁଝର ଓ ତାଳଚେରରୁ କୋଇଲା, ଲୁହାପଥର ଓ ମାଙ୍ଗାନିଜ ଇତ୍ୟାଦି ଝାରସୁଗୁଡ଼ା ଓ ବିଳାସପୁର ଶିଳ୍ପାଞ୍ଚଳରେ ସହଜ ଓ ଶସ୍ତାରେ ପହଞ୍ଚି ପାରିବ ।

 ଶିଳ୍ପାଞ୍ଚଳର ଉତ୍ପାଦ ଓ ଖଣିଜପଥର କମ୍ ଖର୍ଚ୍ଚରେ ରପ୍ତାନୀ କରାଯାଇପାରିବ । ଭୁବନେଶ୍ବର, କୋଲକାତା, ଦିଲ୍ଲୀ କୁ ଏହା ଏକ ସର୍ବ ନିମ୍ନ ଦୂରତ୍ବର ବିକଳ୍ପ ରେଳପଥ ହୋଇ ପାରିବ । ଝାରସୁଗୁଡ଼ା ନୂତନ ଡିଭିଜନ ହୋଇ ପୂର୍ବତଟ ରେଳପଥରେ ମିଶି ପାରିବ ।ବମ୍ବେ କୋଲକାତା ହାଇୱେ ଉପରୁ ଚାପ କମିଯିବ। ଏହା ଚାରିଟି ଗୁରୁତ୍ୱପୂର୍ଣ୍ଣ ରେଳପଥକୁ ଛୁଇଁ ଯାଉ ଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିକଳ୍ପ ରାସ୍ତା ରୂପେ ବହୁତ କାମରେ ଆସିବ ।

ଫୋରମର ଆବାହକ ସେମ୍ ହେମ୍ବ୍ରମ ଙ୍କ ଆହ୍ବାନ କ୍ରମେ ମାର୍କଣ୍ଡେଶ୍ଵର ଶତପଥୀ, ମିତ୍ରଭାନୁ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ଉଦୀପ୍ତ ନାୟକ, ସରୋଜ ମେହେର, କୁମୁଦ ଚନ୍ଦ୍ର ଶତପଥୀ, ଜିତେନ୍ ଦେବ,ଦୟା ଶଙ୍କର ଦ୍ବିବେଦୀ, ଅମିତ କୁମାର ରଞ୍ଜିତ, କୁନୁ ନାଏକ, ରଞ୍ଜିତ ଉଦାବର, ପୁରୁଷୋତ୍ତମ ବେହେରା, ଦେବାନନ୍ଦ ବେହେରା, ଶ୍ରୀତମ କୁମାର, ରାଜେଶ ସାହୁ, ଜୋନାଥନ ମିଞ୍ଜ୍ ପ୍ରମୁଖ ଯୋଗଦେଇ ମୌନ ଗଣଧାରଣାରେ ବସିଥିଲେ ।

ଆଗାମୀ ଦିନରେ ଏହି ଦାବିନେଇ ତୃଣମୂଳ ସ୍ତରରେ ବ୍ଲକ ଓ ପଞ୍ଚାୟତ ସ୍ତରରୁ ଲୋକଙ୍କ ଦ୍ୱାରା କେନ୍ଦ୍ର ଓ ରାଜ୍ଯ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରାଯିବ ବୋଲି ସୂଚୀତ କରାଗଲା।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.