Take a fresh look at your lifestyle.

ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଭୁବନକୁ ଟାଇଟଲ

ପ୍ରଭଞନ ବେହେରା ଶ୍ରେଷ୍ଠ ଖେଳାଳି ବିବେଚିତ

0 72

ଭୁବନ :ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ଫାଇନାଲ ମ୍ୟାଚ ରବିବାରେତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବକୁ ହରାଇ ଭୁବନ କ୍ରିକେଟ କ୍ଲଵ ଟାଇଟଲ ହାସଲ କରିଛନ୍ତି । ଟସ ଜିଣି ଭୁବନ ତାଳଚେର ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ।

ତାଳଚେର ନିର୍ଦ୍ଧାରିତ ୨୫ ଓଭର ମଧ୍ୟରୁ ୧୬.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୬୨ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଅଭିନାଶ ପଟନାୟକ ସର୍ବାଧିକ ୧୪ ବଲର ସମ୍ମୁଖୀନ ହୋଇ ୧୫ ରନ ସଂଗ୍ରହ କରିଥିଲେ । ସେଥିରେ ୩ ଗୋଟି ଚଉକା ସାମିଲ କରିଥିଲେ । ଜବାବରେ ଭୁବନ କ୍ରିକେଟ ଦଳ ୧୧ ଓଭର ବ୍ୟାଟିଂ କରି ୫ ୱିକେଟ ଵ୍ୟୟରେ ୬୬ ରନ କରି ବିଜୟ ଲାଭ କରିଥିଲା । ଦଳ ପକ୍ଷରୁ ଲକ୍ଷ୍ମୀଧର ସାହୁ ୨୦ ଟି ବଲର ସମ୍ମୁଖୀନ ହୋଇ ସର୍ବାଧିକ ୨୦ ରନ ସଂଗ୍ରହ କରିଥିଲେ ।

ସେଥିରେ ୪ ଗୋଟି ଚଉକା ସାମିଲ କରିଥିଲେ ଏବଂ ବୋଲିଂ କରି ପ୍ରଭଞନ ବେହେରା ୩ ଓଭର ୧ ମେଡେନ ସହାୟତାରେ ୫ ରନ ବିନିମୟରେ ୩ ୱିକେଟ ସହ ହ୍ୟାଟ୍ରିକ ଅର୍ଜନ କରି ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଖେଳକୁ ସବ୍ୟସାଚୀ ସାହା ଓ ଗିରିଜା ପ୍ରସାଦ ମିଶ୍ର ପରିଚାଳନା କରିଥିବା ବେଳେ ବିପିନ ବିହାରୀ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲ ।

ଉଦଯାପନୀ ଉତ୍ସବରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିଡ଼ା ସୁସ୍ଥ ସମାଜ ଗଠନ କରିବାରେ ଶରୀର ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ମୁଖ୍ୟ ବକ୍ତା ଭାବେ ଆଦିତ୍ଯବାହିନି ସଚିବ ମାତୃପ୍ରସାଦିଶ୍ର, ସମ୍ମାନିତ ଅତିଥି ଭାବେ ବିଷ୍ଣୁପ୍ରିୟା ଫାଉଣ୍ଡେସନର ନିର୍ଦ୍ଦେଶିକା ସୁପ୍ରଭା ସାହୁ, ବିଜେଡି ଜିଲା ମହିଳା ସଭାନେତ୍ରୀ ସାଗରିକା ମିଶ୍ର ଏବଂ ଓଡିଆ ସିନେ ଜଗତର ଅଭିନେତା ଶ୍ରୀତମ ଦାଶ ଓ ତନୁଶ୍ରୀ ଦାଶ ଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ ଖେଳାଳି ଙ୍କୁ ପୁରସ୍କୃତ କରିଥିଲେ ।

ଉଦଯାପନୀ ଉତ୍ସବରେ କ୍ରିକେଟ କ୍ଲବର ସଭାପତି ବିପିନ ବିହାରୀ ସେଠୀ ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ପ୍ରଜିତ କିଶୋର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କ୍ଲବର ବରିଷ୍ଠ କର୍ମକର୍ତ୍ତା ଅମିତାଭ ସାହୁ, ସୁଶାନ୍ତ କୁମାର ପୃଷ୍ଟି, ଜ୍ଞାନ ରଞ୍ଜନ ସାହୁ, ଦିନେଶ କୁମାର ରାଉତ, ସଞ୍ଜୟ କୁମାର ପୋଥାଳ, ସଞ୍ଜୟ କୁମାର ଗୁରୁ, ଚିନ୍ମୟ ଦାସ, ସଞ୍ଜିବ କୁମାର ନାୟକ ଓ ଦିବ୍ୟ ରଞ୍ଜନ ନାୟକଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

- Advertisement -

Leave A Reply

Your email address will not be published.