Take a fresh look at your lifestyle.

ବାଳିକା କୁ ପ୍ରତାରଣା: ବି.ଏସ୍.ଏଫ୍ ଯବାନ ଜେଲ ଗଲେ

0 31

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ସହର ମୀନା ବଜାର ଅଞ୍ଚଳର ଏକ ଝିଅ ସହିତ ସଦର ଥାନା ଅନ୍ତର୍ଗତ ରଞ୍ଜା ଗ୍ରାମର ଜଗନ୍ନାଥ ବାରିକଙ୍କ ପୁଅ ବାପି ବାରିକଙ୍କ ସହିତ ଦୁଇବର୍ଷ ହେଲା ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ବାପି ବାରିକ ବାରମ୍ବାର ଜ୍ୟୋତି ଘରକୁ ଆସି ନାନା ପ୍ରଲୋଭନ ଦେଖାଇ, ବିବାହର ପ୍ରତିଶୃତି ଦେଇ ଝିଅର ଇଚ୍ଛା ବିରୁଦ୍ଧରେ ଶରୀରିକ ସମ୍ପର୍କ ରଖୁଥିଲେ । ମାତ୍ର ଝିଅଟି ଯେତେ ବେଳେ ବିବାହା ପାଇଁ କହିଲେ ସେ ଆଉ ଧରାଛୁଆଁ ଦେଲା ନାହିଁ କି ଫୋନ୍ ଉଠାଇଲା ନାହିଁ ।

ସ୍ଥାନୀୟ ସୌନ୍ଦର୍ଯ୍ୟା ସ୍ୱେଚ୍ଛାସେବୀ ସଂଗଠନର ସଭାନେତ୍ରୀ ସ୍ମିତାରାଣୀ ସାମଲଙ୍କ ସହାୟତାରେ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ବାପି ବାରିକ ଧରାଛୁଆଁ ନଦେବାରୁ ଢେଙ୍କାନାଳ ଟାଉନ ଥାନାରେ ଏକ ଏତଲା ଦାଏର କରାଯାଇଥିଲା । ଟାଉନ୍ ଥାନା ଆଇ.ଆଇ.ସି. ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି କେସ୍ ନଂ.୫୪୨ ରେ ଏକ ମାମଲା ରୁଜୁ କରି ବିଭିନ୍ନ ଦଫାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ମାତ୍ର ଅଦାଲତରେ ଜାମିନ୍ ନାମଞ୍ଜୁର କରିବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଝିଅକୁ ଉଚିତ୍ ନ୍ୟାୟ ଯୋଗାଇ ଦେଇଥିବାରୁ ଝିଅର ବାପା, ମାଆ ସୌନ୍ଦର୍ଯ୍ୟା ସ୍ୱେଚ୍ଛାସେବୀ ସଂଗଠନର ସଭାନେତ୍ରୀ ସ୍ମିତାରାଣୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.