Take a fresh look at your lifestyle.

ଖଙ୍କିରା କପ କ୍ରିକେଟ, କିଆଝର ଚାମ୍ପିୟନ

0 34
ଢେଙ୍କାନାଳ : ଗଁଦିଆ ବ୍ଲ୍କକ ଅନ୍ତର୍ଗତ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ଶେଷ  ଦିନର ଖେଳ ମାର୍ଥପୁର ସହ  କିଆଝର   ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ମାର୍ଥାପୁର କୁ ହରାଇ କିଆଝର ବିଜୟୀ ହେବା ସହ ଟ୍ରଫି ହାସଲ କରିଛି | ପ୍ରଥମେ ଟସ ଜିତି ମାର୍ଥପୁର 19 ଓଭରରେ 137ରନ ସଂଗ୍ରହ କରିଥିଲା |
ଏହାର ଜବାବରେ କିଆଝର 19.4ଓ ଭରରେ 140 ରନ ସଂଗ୍ରହ କରି ବିଜୟ ହାସଲ କରିଥିଲା । ଆଜିର ଖେଳ ପରିଚାଳନା କରୁଥିଲେ ସୁବ୍ରତ ମହାପାତ୍ର ଓ ଜଗନାଥ ଦାସ ସ୍କୋର ଭାବେ ରୁଦ୍ର ଓ ଅୟଶ ରଂଜନ ମହାପାତ୍ର ରହିଥିବାବେଳେ ମୁଖ୍ୟଅତିଥି ଭାବେ ସମାଜସେବୀ ନୃସିଂହ ଚରଣ ଧୀର ଓ ଢେଙ୍କାନାଳ ଅଞ୍ଚଳରୁ ବହୁ ସମାଜସେବୀ ଯୋଗଦାନ କରି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

- Advertisement -

Leave A Reply

Your email address will not be published.