Take a fresh look at your lifestyle.

ସିଦ୍ଧ ବଳରାମଜୀଉ ଙ୍କ ମନ୍ଦିର ରେ ବଉଳ ଅମାବାସ୍ୟା ନୀତି ପାଳନ

0 29

Get real time updates directly on you device, subscribe now.

ଢେଙ୍କାନାଳ:ଢେଙ୍କାନାଳ କୋବଲ୍ୟ ବଜ଼ାର ସ୍ଥିତ ସିଦ୍ଧି ବଳରାମ ଜୀଉ ମନ୍ଦିର ରେ ରବିବାର ବଉଳ ଅମାବାସ୍ୟା ପାଳିତ ହୋଇ ଯାଇଛି | ଏହି ଅବସର ରେ ମନ୍ଦିର ରେ ବିଶେଷ ପୂଜା ଅର୍ଚନା କରାଯାଇଥିଲା | ପ୍ରାତଃ   ବ୍ରାହ୍ମ ମୁହୂର୍ତ୍ତ ରୁ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର ପରିଧାନ, ତୁଳସୀ ହାର, ବଉଳ ଲାଗି କରାଯାଇଥିଲା |

ଏହା ପରେ ପହିଲି ଭୋଗ ଲାଗି କରାଯାଇ 10.30 ରେ ଖେଚୁଡ଼ି ଭୋଗ  ଓ ମଧ୍ୟାହ୍ନ ରେ ମଙ୍ଗଳା ଅର୍ପଣ ପୂଜା କରାଯାଇଥିଲା |  ସ୍ୱତନ୍ତ୍ର ଭାବେ ଆଜି ଚକା,ପୁଳି, କାକରା, ଅର୍ଣ୍ଣ, ଡାଲମା, ମିଷ୍ଟନ ଓ ଫଳମୂଳ  ଲାଗି କରାଯାଇଥିଲା |

ସନ୍ଧ୍ୟା ବେଳେ ଆଳତି ରାତିରେ ଧୂପ ପରେ ପହଡ ପଡିଥିଲା, ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟୀକନ ବେହେରା ଓ ଜିମାଦାର ବସନ୍ତ ରଥ  ଙ୍କ ତତ୍ୱାବଧାନ ରେ  ବଉଳ ଅମାବାସ୍ୟା ନୀତି ସମ୍ପୂର୍ଣ୍ଣ କରାଯାଇଥିଲା!

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.