Take a fresh look at your lifestyle.

ମନ୍ତ୍ରୀ ଓ ସାଂସଦ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ

0 77

Get real time updates directly on you device, subscribe now.

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏ ନ ଏସି ର ୫ଟି ପ୍ରକଳ୍ପକୁ ରବିବାର ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ଶିଳାନ୍ୟାସ କରିଛନ୍ତି । ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ସତ୍ୟସାଇ ମନ୍ଦିର, ବିନାୟକ ଇଗ୍ରାଜୀ ବିଦ୍ୟାଳୟ, ଵାଉଶକଣ ଭାଗବତ ଟୁଙ୍ଗି ଓ ମହିଳା କଲେଜର ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସାଂସଦ ପାଣ୍ଠିରୁ ପ୍ରଦାନ କରିଥିଲେ ।

ପରେପରେ ଏ ନ ଏସି କାର୍ଯ୍ୟାଳୟ ପରିସରରେ ହିତାଧିକାରୀ ମାନଙ୍କୁ ବିଭିନ୍ନ ଯୋଜନାରେ କାର୍ଯ୍ୟାଦେଶ ଓ ଅନୁବାଦକ ପ୍ରଦାନ କରିଥିଲେ । ସେଥିରେ ୫ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ଜାଗା ମିଶନରେ କାର୍ଯ୍ୟାଦେଶ, ୪୧ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଓ ଏ ନ ଏସି ମଧ୍ୟରେ ସରକାରଙ୍କ କୋଭିଡି ସହାୟତା ପ୍ରଦାନର ଶୁଭାରମ୍ଭ କରିଥିଲେ । ସେଥିରେ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସାଂସଦ ସମ୍ମାନିତ ଅତିଥି , ଵ୍ଲକ ଅଧକ୍ଷ ଧର୍ମାନନ୍ଦ ଵରାଳ ,ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସାଗରିକା ସାହୁ , ପୂର୍ବତନ ଏ ନ ଏସି ଅଧକ୍ଷ ନନ୍ଦ କିଶୋର ସାହୁ ଓ ସାମାଜିକ କର୍ମୀ ଅଜୟ କୁମାର ସେଠୀ ଅତିଥି ଭାବେ ଯୋଗଦେଇଥିଲେ ।

ଏ ନ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ସାହୁ ଅଧକ୍ଷତା କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମସ୍ତ ଏ ନ ଏସି କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.