Take a fresh look at your lifestyle.

ଓପିଏସ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ

0 31

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲା ଓଡାପଡା ସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଅନ୍ତର୍ଗତ ପୁରାତନ ଛାତ୍ରସଙ୍ଘ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ଶମ୍ଭପ୍ରସାଦ ପ୍ରଧାନ ସଭାପତିତ୍ୱ କରି ଓଡିଶା ସରକାରଙ୍କର ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମର ମହତ୍ୱ ସମ୍ପର୍କରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ ।

ଏହି ଅବସରରେ ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନରେ ସଭାପତି ଭାବରେ ସସ୍ମିତା ମହାନ୍ତି, ଉପସଭାପତି ବିରେନ୍ଦ୍ର ଲେଙ୍କା, ସମ୍ପାଦକ ସୁଧାଂଶୁ ଦଳେଇ,ସହସମ୍ପାଦକ ଜଗନ୍ନାଥ ନାୟକ, କୋଷାଧ୍ୟକ୍ଷ ଭାବରେ ଗଗନ ବିହାରୀ ନାୟକ ନିର୍ବାଚିତ ହୋଇଥିଲେ । ମୋ କଲେଜ ଅଭିଯାନରେ ସମ୍ମାନୀତ ଅତିଥି ଭାବରେ ଡା.ନୃସିଂହ ଚରଣ ମହାନ୍ତି, ଇଂ.ପଶ୍ୱୁର୍ରାମ ମହାନ୍ତି, ସରପଞ୍ଚସନ୍ତୋଷ କୁମାର ବେହେରା ଉପସ୍ଥିତ ରହି ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ ।

ଆସନ୍ତା ବର୍ଷ ମଧ୍ୟରେ ମହାବିଦ୍ୟାଳୟର ରୂପରେଖକୁ ସମ୍ପୁର୍ଣ୍ଣ ଭାବରେ ବଦଳେଇବା ପାଇଁ ସଭାପତି ଏବଂ ଉପସଭାପତି ପ୍ରସ୍ତୁତ ରହିବାକୁ କହିଥିଲେ । ସମାରୋହରେ ପ୍ରଧ୍ୟାପକ ଗୁରୁଚରଣ ରାଉତରାୟ ପରିଚାଳନା କରିଥିବା ବେଳେ ସହସଂଯୋଜକ ଅଧ୍ୟାପକ ତ୍ରିଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମୋ କଲେଜ ଅଭିଯାନର କର୍ମକର୍ତ୍ତା ଭାବରେ ଶରତ କୁମାର ପୃଷ୍ଟି, ଦିଲ୍ଲିପ କୁମାର ପୃଷ୍ଟି ଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.