Take a fresh look at your lifestyle.

ସତ୍ୟ ସାଇ ସେବା ସଙ୍ଗଠନ ପକ୍ଷରୁ ବେସାହାରାଙ୍କୁ କମ୍ବଳ ବଣ୍ଟନ

0 20

ଢେଙ୍କାନାଳ: ଚଳିତ ବର୍ଷର ହାଡ଼ଭଙ୍ଗା ଶିତରେ ସମଗ୍ର ରାଜ୍ୟ ସହ ଢେଙ୍କାନାଳ ସହର ଥରୁ ଥିବାବେଳେ ସନ୍ଧ୍ୟା ହେଉ ହେଉ ସମସ୍ତେ ନିଜ ଘରେ ପଶି ଯାଉଛନ୍ତି ମାତ୍ର ରାସ୍ତା କଡରେ ପଡି ରହୁଥିବା ବେସାହାରା , ନିରାଶ୍ରୟ, ମାନସିକ ବିକାରଗ୍ରସ୍ତଙ୍କ ଉପରେ କାହାର ନଜର ପଡୁ ନାହିଁ।

ମାତ୍ର ସେବା ପାଇଁ ସମଗ୍ର ବିଶ୍ୱରେ ପରିଚିତ ସତ୍ୟ ସାଇ ସେବା ସଙ୍ଗଠନ ର ଭାଇ ଓ ଭଉଣୀ ଶୀତ ପ୍ରକୋପରୁ ରକ୍ଷା ପାଇଁ ଦୁଇଦିନ ଧରି ଢେଙ୍କାନାଳ ସହରର ରେଳଷ୍ଟେସନ, ବୋରାପଦା, ବାଜିଚୌକ,ରଥଗଡା,ଷ୍ଟାଡିୟମ ପାଖରେ ଖୋଲା ଆକାଶ ତଳେ ଶୀତ କାକରରେ ସୋଇଥିବା ବାସହିନ ମାନଙ୍କୁ ମଧ୍ୟ ରାତ୍ରିରେ ନୀରବରେ କମ୍ବଳ ଘୋଡାଇ ପଳାଇ ଆସିବାର ଦୃଶ୍ୟ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

- Advertisement -

Leave A Reply

Your email address will not be published.