Take a fresh look at your lifestyle.

ଷଷ୍ଠ ତମ ମା ମଙ୍ଗଳା କ୍ରିକେଟ ଟିମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0 45

Get real time updates directly on you device, subscribe now.

କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ବ୍ରାହ୍ମଣଧରା ମାମଙ୍ଗଳା କ୍ରିକେଟ ଟିମ ତରଫରୁ ଷଷ୍ଠ ତମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ମା ଦକ୍ଷିଣ କାଳୀ କ୍ରିକେଟ ଟିମ ବିରୁ ଟସ ଜିଣି ବଜରଙ୍ଗୀ କ୍ରିକେଟ ଟିମ କେନ୍ଦୁମୁଣ୍ଡା ପ୍ରଥମେ ଖେଳିବା ପାଇଁ ସୁଯୋଗ ଦେଇଥିଲେ।

ବଜରଙ୍ଗୀ କ୍ରିକେଟ ଟିମ 15 ଓଭରରେ 107 ରନ ସଂଗ୍ରହ କରି ରନର୍ସ ପୁରସ୍କାର ଗ୍ରହଣ କରିଥିଲେ ଏବଂ ମାଦକ୍ଷିଣ କାଳୀ କ୍ରିକେଟ ଟିମ ବିରୁ 108 ରନ ସଂଗ୍ରହ କରି ଚମ୍ପିୟାନ ଟ୍ରଫି ବିଜୟ ହାସଲ କରିଥିଲେ। ଏଥିରେ ମୁଖ୍ୟ ଅତିଥି କଙ୍କଡ଼ାହାଡ଼ ବ୍ଲକ ଯୁବ ଲୋକପ୍ରିୟ ବ୍ଲକ ଅଧ୍ୟକ୍ଷ  କାର୍ତ୍ତିକ ସାହୁ ଯୋଗ ଦେଇ ଉଭୟ ଖେଳାଳି ମାନଙ୍କୁ ଉତ୍ସହ କରି ପୁରସ୍କାର ବିତରଣ କରିଥିଲେ ଏବଂ ସମ୍ନାନୀୟ ଅତିଥି ପଙ୍ଗାତିରା ସମିତି ସଭ୍ୟ ସୁବାଷ ପଧାନ କଣ୍ଟାପାଳ ପଂଚାୟତ ବିଜୁ ଜନତା ଦଳର ସଭାପତି ରମେଶ ବେହେରା, ଯୁଗଳ ବାବୁ ଗ୍ରାମ ସଭାପତି ଘନଶ୍ୟାମ ବେହେରା, ମହେନ୍ଦ୍ର ସାହୁ ବ୍ରାହ୍ମଣଧରା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ରୋହିତ ବେହେରା, ଚିତ୍ତରଞ୍ଜନ ବେହେରାଙ୍କ ସମେତ ପୁରସ୍କାର ବିତରଣ କରିଥିଲେ।

ଖେଳ ପରିଚାଳନାରେ ବିଭୁତିଭୂଷଣ ନାଏକ, ଶତୃଘନ ପ୍ରଧାନ ଓ ଧାରାବିବରଣୀ ସଞ୍ଜୟ ନାଏକ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.