Take a fresh look at your lifestyle.

ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ସାନି ସଂରକ୍ଷଣ ତାଲିକା ପ୍ରକାଶ

0 156

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ପଞ୍ଚାୟତ ସମିତିର ୩୦ଟି ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟ ପଦବୀ ପାଇଁ ସାନି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଆସନ୍ତା ୩ତାରିଖ ସୁଧା ସଂରକ୍ଷଣରେ ଥିବା ତୃଟି ବିଚ୍ୟୁତିକୁ ନେଇ ଆପତି ଅଭିଯୋଗ ଗ୍ରହଣ କରାଯିବ । ଆପତି ଅଭିଯୋଗର ଶୁଣାଣୀ କରାଯାଇ ଆସନ୍ତା ୭ତାରିଖରେ ସୂଚନା ସଂରକ୍ଷଣ ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ସରୋଜ କୁମାର ସେଠୀ ସଂରକ୍ଷଣ ତାଲିକା ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ସରପଞ୍ଚ ପଦବୀରେ ଅନୁସୂଚୀତ ଜାତି ମହିଳାଙ୍କ ପାଇଁ ତାଳବରକୋଟ, ବାରଦା, ରାଧାଦେଈପୁର, ସପ୍ତଶଯ୍ୟା ଗ୍ରାମ ପଂଚାୟତ ଥିବାବେଳେ ନାଗିଆପଶି, ଭାଲିଆବୋଲ କାଟେଣୀ ଓ ଶଙ୍କରପୁର ଗ୍ରାମପଞ୍ଚାୟତ ଅନୁସୂଚୀତ ଜାତି ବର୍ଗଙ୍କ ପାଇଁ ସଂରକ୍ଷଣ କରାଯାଇଛି ।

କେବଳ ମହିଳାମାନଙ୍କ ପାଇଁ କଙ୍କଡ଼ାହାଡ଼, କାକୁଡ଼ିଭାଗ, ତରଭା, ନୂଆଗାଁ, ବଣସିଂହ, ବଳଦିଆବନ୍ଧ, ବାଲ୍ୟମ୍ବା, ମଙ୍ଗଳପୁର, ମଧୁସାହୁପାଟଣା, ସୁଆଖାଇକାଟେଣୀ ଓ ସାଙ୍କୁଲେଇ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ସଂରକ୍ଷିତ ରହିଛି ।

ଏହା ବ୍ୟତୀତ କାଇମାଟି, କାଙ୍କଡ଼ପାଳ, ଗେଙ୍ଗୁଟିଆ, ଗୋବିନ୍ଦପୁର, ଚନ୍ଦ୍ରଶେଖର ପ୍ରସାଦ, ଚାଉଳିଆ, ଧିରପାଟଣା, ନଡ଼ିଆଳି, ବେଲଟିକିରି, ଭାପୁର, ମାଣିପୁର ଏବଂ ସୋଗରପଶି ଗ୍ରାମପଞ୍ଚାୟତକୁ ଅଣସଂରକ୍ଷିତ ରଖାଯାଇଛି ।

ସେହିପରି ଢେଙ୍କାନାଳ ସଦର ପଞ୍ଚାୟତ ସମିତିରୁ ସମିତି ସଭ୍ୟ ପଦବୀ ପାଇଁ ୩୦ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୬ଟି ପଞ୍ଚାୟତରେ ଅନୁସୂଚୀତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୪ଟି ପଞ୍ଚାୟତ ଅନୁସୂଚୀତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ।

୨୦ଟି ଗ୍ରାମପଞ୍ଚାୟତ ଅଣସଂରକ୍ଷିତ ରହିଛି । କଙ୍କଡ଼ାହାଡ଼, ତରଭା ଆଦି ଦୁଇଟି ପଞ୍ଚାୟତକୁ ଅନୁସୂଚୀତ ଜନଜାତି ମହିଳାଙ୍କ ପାଇଁ ସମିତି ସଭ୍ୟ ପଦବୀ ସଂରକ୍ଷିତ ଥିବାବେଳେ ନୂଆଗାଁ ଏବଂ ବାଲ୍ୟମ୍ବା ଗ୍ରାମପଂଚାୟତ ଅନୁସୂଚୀତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ।

ସେହିପରି ଅନୁସୂଚୀତ ଜାତି ପାଇଁ ସଂରକ୍ଷିତ ଥିବା ୬ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ତାଳବରକୋଟ, ବାରଦା, ଭାଲିଆବୋଲକାଟେଣୀ ଅନୁସୂଚୀତ ଜାତି ମହିଳା ବର୍ଗଙ୍କ ପାଇଁ ସମତି ସଭ୍ୟ ପଦବୀ ସଂରକ୍ଷିତ ରହିଛି । ରାଧାଦେଈପୁର, ଶଙ୍କରପୁର ଏବଂ ସପ୍ତଶଯ୍ୟା ଗ୍ରାମପଞ୍ଚାୟତର ସମିତି ସଭ୍ୟ ପଦବୀ ଅନୁସୂଚୀତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ।

ସେହିପରି କାଙ୍କଡ଼ପାଳ, ଗେଙ୍ଗୁଟିଆ, ଧିରପାଟଣା, ନଡ଼ିଆଳି, ବଳଦିଆବନ୍ଧ, ବେଲଟିକିରି, ଭାପୁର, ମଧୁସାହୁପାଟଣା, ମାଣିପୁର ଓ ସାଙ୍କୁଲେଇ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ କାଇମାଟି, କାକୁଡିଭାଗ, ଗୋବିନ୍ଦପୁର, ଚନ୍ଦ୍ରଶେଖରପ୍ରସାଦ, ଚାଉଳିଆ, ନାଗିଆପଶି, ନୂଆଗାଁ, ମଙ୍ଗଳପୁର, ଶୁଆଖାଇ କାଟେଣୀ ଏବଂ ସୋଗରପଶି ଗ୍ରାମପଞ୍ଚାୟତର ସମିତି ସଭ୍ୟ ପଦବୀ ଅଣସଂରକ୍ଷିତ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.