Take a fresh look at your lifestyle.

ରାଧାଦେଇପୁର କପ କ୍ରିକେଟ, ବିବିସିସି 175 ରନରେ ବିଜୟୀ

0 33

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ ରାଧାଦେଇପୁର ଗ୍ରାମରେ 31 ତମ  ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଆୟୋଜକ ବିବିସିସି ରାଧାଦେଇପୁର ବିଜୟୀ ହୋଇଛି | ରାଧାଦେଇପୁର ପ୍ରଥମେ ବ୍ୟାଟିଂ କରି ଦୁଷ୍ମନ୍ତ ମିଶ୍ରଙ୍କ 34 ବଲରେ 108 ଓ ଭେଙ୍କଟେଶ ତ୍ରିପାଠୀଙ୍କ 46 ବଲରେ 173 ରନ ସହାୟତାରେ ନିର୍ଦ୍ଧାରିତ 20 ଓଭରରେ 355 ରନ ସଂଗ୍ରହ କରିଥିଲେ।

ଜବାବରେ ବଂଅରପାଳ କ୍ରିକେଟ କ୍ଲବ ରୂପମଙ୍କ ଅର୍ଦ୍ଧଶତକ ସହାୟତାରେ 180 ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ ହେଁ ପରାଜିତ ହୋଇଥିଲା | ଭେଙ୍କଟେଶ ତ୍ରିପାଠୀ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପ୍ରଦୀପ ଜେନା ଓ ସୁରେଶ ସାହୁ ଖେଳ ପରିଚାଳନା କରିଥିଲେ। ସୀମାଚଳ ଷଡଙ୍ଗୀ , ରତିକାନ୍ତ ପରିଡା ଧାରା ବିବରଣୀ ପ୍ରଦାନ ଓ ସ୍କୋରିଂ ରେ ଅନିଲ ସହାୟତା କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.