Take a fresh look at your lifestyle.

ଅର୍ଥନୀତି ବିଭାଗର ଦ୍ୱିତୀୟ ସେମିନାର

0 12

Get real time updates directly on you device, subscribe now.

ଯୋରନ୍ଦା : ଢେଙ୍କାନାଳ ଜିଲା ଯୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ଦ୍ୱିତୀୟ ସେମିନାର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ତଥା ରସାୟନ ବିଭାଗର ମୁଖ୍ୟ ଡ଼ ରତ୍ନାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ତୃତୀୟ ବର୍ଷର ଛାତ୍ର ଦୀପକ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ l ଅର୍ଥନୀତି ବିଭାଗର ପ୍ରଥମ ବର୍ଷର ଛାତ୍ର ଶ୍ରୀ ବିଶ୍ୱଜିତ ରାଉତ ଉପରେ ସନ୍ଦର୍ଭ ପାଠ କରିଥିଲେ l

ବିଭାଗୀୟ ମୁଖ୍ୟା  ସଂଯୁକ୍ତା ଜେନା ଡିଫିଏଇଟି ଫାଇନାସିଙ୍ଗର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ବିଭାଗର ଅନ୍ୟ ଅଧ୍ୟାପକ ଶ୍ରୀ ରଞ୍ଜନ କୁମାର ମହାପାତ୍ର,ଶ୍ରୀ ସିମନ୍ତ କୁମାର ବେହେରା,ଅଧ୍ୟାପିକା ଶ୍ରୀମତୀ ସସ୍ମିତା ଶତପଥୀ ବିଷୟ ଉପରେ ଆଲୋଚନା କରିଥିଲେ l ମୁଖ୍ୟ ଅତିଥି ଡ଼ ତନ୍ମୟ କବି ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଉପଦେଶ ଦେଇଥିଲେ l

ବିଭାଗର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ପରିଷେଶରେ ଦ୍ୱିତୀୟ ବର୍ଷର ଛାତ୍ର ଶ୍ରୀ ସୂର୍ଯ୍ୟକାନ୍ତ ମହାଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.