Take a fresh look at your lifestyle.

ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ କୌଣସି ପଦବୀ ସଂରକ୍ଷିତ ନାହିଁ

ପଞ୍ଚାୟତ ସମିତି ଅଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ

0 64

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲାର ମୋଟ୍ ୮ଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ ସଂରକ୍ଷଣ ପଦବୀ ତାଲିକା ପ୍ରକାଶ ପାଇଛି । ନୂତନ ତାଲିକାରେ ଅନୁସୂଚିତ ଜାତି ପାଇଁ ୨ଟି ଏବଂ ୬ଟି ଅଣସଂରକ୍ଷିତ ରହିଛି । ସେଥିମଧ୍ୟରୁ ଗୋଟିଏ ପଦବୀରେ ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଅଣସଂରକ୍ଷିତ ୬ ପଦବୀରୁ ୩ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ କୌଣସି ପଦବୀ ସଂରକ୍ଷିତ ହୋଇନାହିଁ ।

ଗତ ଅକ୍ଟୋବର ୨୬ରେ ପ୍ରକାଶିତ ତାଲିକା ଅନୁସାରେ ଗଁଦିଆ, ଓଡ଼ାପଡ଼ା, କାମାକ୍ଷାନଗର ଏବଂ ପରଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଅପରିବର୍ତିତ ଥିବାବେଳେ ଢେଙ୍କାନାଳ ସଦର, ହିନ୍ଦୋଳ, କଙ୍କଡ଼ାହାଡ଼ ଏବଂ ଭୁବନ ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ପରିବର୍ତନ ହୋଇଛି ।
ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ପଛୁଆବର୍ଗ ମାନଙ୍କ ପାଇଁ ଥିବା ସଂରକ୍ଷଣ ତାଲିକା ପ୍ରତ୍ୟାହାର ପରେ ଗତ ସୋମବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଳାର ୮ଟି ଯାକ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ନୂତନ ତାଲିକାରେ ଓଡ଼ାପଡ଼ା, କାମାକ୍ଷାନଗର ଏବଂ ଢେଙ୍କାନାଳ ସଦର ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଛି ।

ସେହିପରି ପରଜଙ୍ଗ, ଭୁବନ ଏବଂ ହିନ୍ଦୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ୬ଟି ପଞ୍ଚାୟତ ସମିତିରେ ଯେକøଣସି ବର୍ଗ ବା ଜାତିର ଲୋକମାନେ ନିର୍ବାଚନରେ ଲଢ଼ିପାରିବେ । କଙ୍କଡ଼ାହାଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଅନୁସୂଚୀତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.