Take a fresh look at your lifestyle.

ଖଙ୍କିରା କପ କ୍ରିକେଟ, କିଆଝର ବିଜୟୀ

ଆଜି ଖଙ୍କିରା ଢେଙ୍କାନାଳ ସହିତ ଧାନମଣ୍ଡଳ କେଟ କ୍ଳବ କଟକ ମଧ୍ଯରେ ଅନୁଷ୍ଠିତ ହେବ

0 15

Get real time updates directly on you device, subscribe now.

 ଗଁଦିଆ :  ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ପଞ୍ଚମ ଦିନର ଖେଳ ଏମ ସିସି କଟକ ସହ କିଆଝର (ଢେଙ୍କାନାଳ ) ର ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ ଜିତି ଏମ ସିସି କଟକ 15 ଓଭରରେ 107 ରନ ସଂଗ୍ରହ କରିଥିଲା ଏହାର ଜବାବରେ କିଆଝର 12 ଓଭରରେ 108 ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା।

ଏହାପରେ ପୁନଃ କିଆଝର , ଢେଙ୍କାନାଳ ଓ ସୋଲର ମଧ୍ୟରେ ୨ୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମେ ଟସ ଜିତି ସୋଲର 15 ଓଭର ରେ 5 ଉଇକେଟ ରେ 169 ରନ ସଂଗ୍ରହ କରିଥିଲା ଏହାର ଜବାବରେ କିଆଝର ଦଳ 14 ଓଭରସୁଦ୍ଧା 170 ରନ ସଂଗ୍ରହ କରି ବିଜୟ କରିଥିଲା। ଆଜିର ଖେଳ ପରିଚାଳନା କରୁଥିଲେ ମନୋଜ ବ୍ରହ୍ମ ଓରାଦେଶ ସାହୁ ସ୍କୋର ଭାବେ ମିକୁ ଓ ରୁଦ୍ର ରହିଥିବାବେଳେ କଂମେଟ୍ରୀ ଭାବେ ଚିକୁ ଭୂୟା ଥିଲେ।

ଆସନ୍ତାକାଲି ର ମ୍ୟାଚ ଖଙ୍କିରା ଢେଙ୍କାନାଳ ସହିତ ଧାନମଣ୍ଡଳ କେଟ କ୍ଳବ କଟକ ମଧ୍ଯରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.