Take a fresh look at your lifestyle.

ମହିମାସ୍ୱାମୀଙ୍କ ୨୧ଦିନାଙ୍କ ଯୋଗନିଦ୍ରା ଉତ୍ସବ ଉଦଯାପିତ

0 54

ଢେଙ୍କାନାଳ: କପିଳାସ ମହିମା ତପୋବନ ପୀଠରେ ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ମହିମାସ୍ୱାମୀଙ୍କ ୨୧ ଦିନାଙ୍କ ଯୋଗନିଦ୍ରା ଉତ୍ସବ ଗତକାଲି ବଡଦିନ ୨୫ ତାରିଖ ଶନିବାର କୋଭିଡ୍ କଟକଣା ମଧ୍ୟରେ ଯଥାରୀତି ଉଦଯାପିତ ହୋଇଯାଇଛି । ଏହି ଅବସରରେ  ତପୋବନ ପୀଠର ସଂସ୍ଥାପକ ଶ୍ରୀମଦ୍ ରଘୁନାଥ ବାବାଙ୍କ ଅଧ୍ୟକ୍ଷତାରେ ଏକ ଧର୍ମସଭା ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ମହିମା ଜ୍ୟୋତିଯାତ୍ରାର ସଂଯୋଜକ ପ୍ରଦ୍ୟୁମ୍ନ ରଥ ଯୋଗ ଦେଇ ମହିମା ଧର୍ମରେ ଜାତିବାଦ ଓ ଶୂନ୍ୟ ଆରାଧନାକୁ ନେଇ ଭାରତବର୍ଷର ବୈଦିକ ବିଚାରଧାରା ନିହିତ ଥିବାର ସୂଚାଇ ଥିଲେ । ଶ୍ରୀ ଜଗନ୍ନାଥ ମହାପ୍ରଭୁ ସ୍ୱୟଂ ପତିତପାବନ ଏବଂ ଶ୍ରୀ ମହାପ୍ରସାଦ ସେବନରେ ଜାତିଗତ ବାଛବିଚାର ନଥିବା କହିଥିଲେ । ମହାନ୍ ସନ୍ଥକବି ଭୀମଭୋଇ ପୁରୁଷ ଓ ସ୍ତ୍ରୀ ଭିନ୍ନ ଅନ୍ୟ କିଛି ଜାତି ଥିବାକୁ ସ୍ୱୀକାର କରିନାହାଁନ୍ତି । ବୈଦିକ ବିଚାରଧାରାର ସରଳୀକରଣ ରୂପାନ୍ତର ହିଁ ମହିମା ଧର୍ମ ବୋଲି ଶ୍ରୀ ରଥ ଉଲ୍ଲେଖ କରିଥିଲେ । ଶ୍ରୀମଦ୍ ରଘୁନାଥ ବାବା ଯୋଗନିଦ୍ରା ଉତ୍ସବର ବିଶେଷତ୍ୱ ସଂପର୍କରେ ସୂଚନା ଦେଇଥିଲେ ।

“ତପୋବନ’ ପତ୍ରିକାର ସଂପାଦକ ଭକ୍ତ ପ୍ରଶାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଧର୍ମସଭାରେ ବରିଷ୍ଠ ଶିକ୍ଷାବିତ୍ ଖଗେଶ୍ୱର ସାହୁ, ଜ୍ୟୋତିର୍ବିଦ୍ ପ୍ରମୋଦ ନାୟକ, ଉଦ୍ୟାନ କୃଷି ବିଶେଷଜ୍ଞ ଭଗବାନ ଦାସ, ଅନୁଗୁଳ ମହିମା ଜ୍ୟୋତି କଲେଜ୍ର ସଂସ୍ଥାପକ ସନ୍ତୋଷ କୁମାର ଦେହୁରୀ ଓ ଅନୁଗୁଳ ସାକସିଂହାର ବିଶିଷ୍ଟ ବ୍ୟକ୍ତି ଦିନବନ୍ଧୁ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିମା ଧର୍ମଦର୍ଶନ ଉପରେ ଆଲୋଚନା କରିଥିଲେ । ଭୋର୍ ୬ଟା ରେ ଶୂନ୍ୟବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଅହ୍ମଣିଆ ଭୋଗ ଟେକା ଯାଇଥିଲା । ଜଗତଭଗତଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଯୋଗନିଦ୍ରା ଉତ୍ସବର ଆଦ୍ୟ ଦିବସରେ ସଂସ୍ଥାପିତ ଅଖଣ୍ଡ ବ୍ରହ୍ମଧ୍ୱନୀ ଓ ଅଖଣ୍ଡ ଜ୍ୟୋତିରେ ରଘୁନାଥ ବାବା ଓ ଜ୍ଞାନିବାବା ଘୃତାହୂତି ଦେଇଥିଲେ ।

ମହିମା ଖଞ୍ଜଣୀ ଭଜନ ପରିବେଷଣରେ ତ୍ରିନାଥ ବାବା, ସନକ ବାବା, କରୁଣାକର ବାବା, ନେହେରୁ ବାବା, ବିନୋଦ ବାବା, ରବି ବାବା, ଦେବ ବାବା, ମନ୍ତ୍ରୀ ବାବା, ସଦାନନ୍ଦ ବାବା, ଦୁଃଖବନ୍ଧୁ ବାବା (କ ଓ ଖ), ତ୍ୟାଗୀ ମାୟାଧର ଦାସ, ସୁବଳ ଦାସ, କନା ଦାସ, ଗୌତମ ଦାସ, ଶ୍ରୀକାନ୍ତ ଦେହୁରୀ, ହମାମିରାର ଜହରଲାଲ୍, ଭକ୍ତ ବସନ୍ତ ସାହୁ, ବସନ୍ତ ପରିଡା, ବିଶ୍ୱାମିତ୍ର ମେହେର, ଅଲ୍ଲି ମେହେର, ବାଟୁଆ ସେଠୀ, ଈଶ୍ୱର ପୁହାଣ, ଚତୁର୍ଭୁଜ ପୁହାଣ, ବାଇଧର ବେହେରା, କୃଷ୍ଣ ସାହୁ, ଜନାର୍ଦ୍ଦନ ସାହୁ, ରଞ୍ଜନ ବେହେରା, ହର ମହାଖୁଡ, ଟୁନା ଭକ୍ତ ଓ ନିତ୍ୟାନନ୍ଦ ବାରାଲ ପ୍ରମୁଖ ଯୋଗଦେବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ଦିଲ୍ଲୀପ କୁମାର ମହାନ୍ତି ଭୁବନେଶ୍ୱରରୁ ଆସି ଏହି ଯୋଗନିଦ୍ରା ଉତ୍ସବରେ ଯୋଗଦେଇଥିଲେ । ଢେଙ୍କାନାଳ ଅମଲାପଡାର ସମାଜସେବୀ ପ୍ରଦୋଷ କୁମାର ମହାପାତ୍ର ଉଦଯାପିତ ଦିବସରେ ସମସ୍ତ ସାଧୁ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆତ୍ମସେବାର ବ୍ୟବସ୍ଥା କରିଥିଲେ ।

- Advertisement -

Leave A Reply

Your email address will not be published.