Take a fresh look at your lifestyle.

ସେଂଟ୍ ଜାଭିୟର୍ସ ହାଇସ୍କୁଲ୍ ରେ ଖ୍ରୀଷ୍ଟମାସ ଦିବସ ପାଳିତ

0 33

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠସ୍ଥ ଗେଙ୍ଗୁଟିଆ ପଂଚାୟତ ଅଧିନସ୍ଥ ରଣପଶି ଗ୍ରାମଠାରେ ସେଂଟ୍ ଜାଭିୟର୍ସ ହାଇସ୍କୁଲ୍ ପରିସର ମଧ୍ୟରେ ଖ୍ରୀଷ୍ଟମାସ ଦିବସ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ସୁନ୍ଦର ପରିବେଶ ମଧ୍ୟରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମ ଜୀବନୀ ଓ ମନୁଷ୍ୟ ସମାଜ ପ୍ରତି ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ ।

ପ୍ରଭୁ ଯୀଶୁ ପୃଥିବୀ ପୃଷ୍ଟରେ ଜନ୍ମଗ୍ରହଣ କରି ଜନସାଧାରଣଙ୍କ ପାଇଁ ତ୍ରାଣକର୍ତା ହୋଇ ମାନବ ଜାତି ପାଇଁ ଯେଉଁ ମହତବାଣୀ ଦେଇଯାଇଛନ୍ତି, ତା’ର ସ୍ମୃତି ଚାରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ପୁରୀ ଗୋବର୍ଦ୍ଧନ ପୀଠର ସଚିବ ପଣ୍ଡିତ୍ ମାତୃପ୍ରସାଦ ମିଶ୍ର ଓ ଢେଙ୍କାନାଳ ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ ଯୋଗଦାନ କରିଥିଲେ । ସ୍କୁଲ୍ ଶିକ୍ଷକଶିକ୍ଷୟିତ୍ରୀମାନେ ସମସ୍ତ କୋଭିଡ୍ ନିୟମ ପାଳନ କରି ସଙ୍ଗୀତ ଗାନ, ନାଟକ ମଂଚସ୍ଥ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ନିଜସ୍ୱ ପରିଚାଳନାରେ ଅନୁଷ୍ଠିତ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସଂଜୟ ମଲ୍ଲିକ, ଶିକ୍ଷୟିତ୍ରୀ ପ୍ରିୟଙ୍କା ଅଗ୍ରୱାଲା, ଲିଲା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନ ପକ୍ଷରୁ ପ୍ରିୟବ୍ରତ ନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.