Take a fresh look at your lifestyle.

ବିଜେଡି ପାଳିଲା ୨୫ତମ ପ୍ରତିଷ୍ଠା ଦିବସ

0 29

Get real time updates directly on you device, subscribe now.

ଢେଙ୍କାନାଳ: ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଢେଙ୍କାନାଳ ମିନି ଷ୍ଟାଡିଅମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧାୟକ ସୁଧୀର ସାମଲ ନବୀନ ସରକାରଙ୍କ ୨୫ବର୍ଷର ସଫଳତା ଉପରେ ଆଲୋକପାତ କରିଥିଲେ | ଗ୍ରାମାଞ୍ଚଳରୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଅଧିବାସୀଙ୍କ ଅତିପ୍ରିୟର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦକ୍ଷତା ଓ ଲୋକାଭିମୁଖୀ ଯୋଜନା ପାଇଁ ପ୍ରିୟଭାଜନ ହୋଇପାରିଛନ୍ତି | କୋଭିଡ ମହାମାରୀ ସମୟରେ ଦେଶର ୧୭ଟି ରାଜ୍ୟକୁ ଅମ୍ଳଜାନ ଯୋଗାଇବା ସହ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ହିତାଧିକାରୀଙ୍କୁ ୧୫ଲକ୍ଷ ଟଙ୍କାର ଚିକିତ୍ସା ସହାୟତା, ଉଠାଦୋକାନୀ ଓ ଖବରକାଗଜ ବିତରକମାନଙ୍କୁ କୋଭିଡ ସହାୟତା ପ୍ରଦାନ କରି ଓଡ଼ିଶାର ସାଢେଚାରି କୋଟି ଓଡ଼ିଆଙ୍କ ମନପସନ୍ଦର ନେତା ସାଜିପାରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି |

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ମଧ୍ୟ କର୍ମୀମାନଙ୍କୁ ବିଜେଡି ସରକାରର ୨୫ବର୍ଷର ଯାତ୍ରା ବାବଦରେ ସୂଚନା ଦେବା ସହ ଆଗାମୀ ଦିନରେ ଦଳ ଯେପରି ଲୋକଙ୍କ ସେବାରେ ଅଧିକରୁ ଅଧିକ କାର୍ଯ୍ୟ କରିବ ସେ ବାବଦରେ କର୍ମୀଙ୍କୁ ପରାମର୍ଶ ଦେଇଥିଲେ |  ବିଜେଡି ସରକାରଙ୍କ ୨୫ତମ ସ୍ଵନକ୍ଷତ୍ର ଅବସରରେ ମିନି ଷ୍ଟାଡିଅମରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |  ପରିଶେଷରେ ବିଜେଡି ଦଳର ହାଇକମାଣ୍ଡ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭରଚୁଆଲ ଯୋଗେ ଉପସ୍ଥିତ ବିଧାୟକ ଓ ଦଳର କର୍ମକର୍ତ୍ତାମାନଙ୍କୁ ଉଦବୋଧନ ଦେବା ସହ ଦଳକୁ ଗୋଟିଏ ପରେ ଗୋଟିଏ ସଫଳତାର ଦିଗକୁ ନେଇଥିବାରୁ କୃତଜ୍ଞତା ପ୍ରଦାନ କରିଥିଲେ |

କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସାଗରୀକା ମିଶ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ନରୋତ୍ତମ ସାହୁ, ଟାଉନ ସଭାପତି ବିନୋଦ ମହାନ୍ତି, ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ଛାତ୍ର ନଗର ସଭାପତି ସୋନୁରାମ ସିଂହ, ପୁର୍ବତନ ନଗରପାଳ ସୁଧାଂଶୁ ଦଳେଇ, ଜ୍ଞାନ ମିଶ୍ର, ଯୋଗେନ୍ଦ୍ର ନାଥ ତ୍ରିପାଠୀ, ଶଶୀକାନ୍ତ ମିଶ୍ର, ଉର୍ବଶୀ ମହାପାତ୍ର, ଗଙ୍ଗାଧର ରାଉତଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ | ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପଚାଶରୁ ଅଧିକ ବିଜେପି ଓ କଂଗ୍ରେସ ଯୁବକର୍ମୀ ଦଳର ସଦସ୍ୟ ପ୍ରଦ୍ୟୁମ୍ନ ନାଏକଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହୋଇଥିଲେ |

ଆଜି ପୂର୍ବାହ୍ନରେ ସହରାଞ୍ଚଳ ଏଲଆଇସି ମାର୍ଗରେ ଥିବା ବିଜେଡି ପାର୍ଟି କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ଅବସରରେ ଖଣି, ପୂର୍ତ୍ତ ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦଳୀୟ ପତକା ଉତ୍ତୋଳନ କରିଥିବା ବେଳେ ବିଧାୟକ ଶ୍ରୀ ସାମଲ ଓ ପର୍ଯ୍ୟବେକ୍ଷକ ଶ୍ରୀ ନାୟକ ଉପସ୍ଥିତ କର୍ମକର୍ତ୍ତାଙ୍କ ଗହଣରେ ରଥଗଡାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ବିଜେଡି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଓ ଅସହାୟ ବ୍ୟକ୍ତିମାନଙ୍କୁ ଫଳ ବଣ୍ଟନ ସହ ଜିଲ୍ଲା ରକ୍ତ ଭଣ୍ଡାରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା |

ଦଳର ପ୍ରତିଷ୍ଠା ଦିବସ ରହିଥିବାରୁ ଉଭୟ ଢେଙ୍କାନାଳ ପୌରାଞ୍ଚଳ ଏବଂ ସଦର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ହଜାରରୁ ଅଧିକ ମହିଳା ଓ ପୁରୁଷ କର୍ମକର୍ତ୍ତା ଷ୍ଟାଡିଅମରେ ଏକତ୍ରିତ ହୋଇ କାର୍ଯ୍ୟକ୍ରମର ମଜା ଉଠାଇଥିଲେ | ଆତସବାଜି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ ଉପସ୍ଥିତ ବିଜେଡି କର୍ମୀ |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.