Take a fresh look at your lifestyle.

ଖଙ୍କିରା କପ କ୍ରିକେଟ, ବାରକଣା କ୍ଲବ ବିଜୟୀ

ସରୋଜ ସେଠୀ ମ୍ୟାନ ଅଫ ଦି ମ୍ୟାଚ

0 13

Get real time updates directly on you device, subscribe now.

ଢେଙ୍କାନାଳ : ଗଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ଖେଳପଡ଼ିଆଠାରେ ଚାଲିଥିବା ୨୯ତମ ଖଙ୍କରାକପ କ୍ରିକେଟ ଟୁର୍ଣାମେଣ୍ଟର ଆଜି ଥିଲା ତୃତୀୟ ଦିବସ । ଷତଙ୍ଗୀ କ୍ରିକେଟ କ୍ଳବ ଓ ବାରକଣା କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେଟସ ଜିତି ବାରକଣା କ୍ରିକେଟ କ୍ଳବ ୨୦ ଓଭରରେ ୫ଉଇକେଟ ହରାଇ ୨୨୦ରନ୍ ସଂଗ୍ରହ କରିଥିଲା ଏହାର ଜବାବରେ ଷଢଙ୍ଗୀ ଦଳ ୨୦ଓ ଭରରେ ସମସ୍ତ ଉଇକେଟ ହରାଇ ୧୮୦ ସଂଗ୍ରହ କରି ପରାଜୟ ବରଣ କରିଥିଲେ।
ମ୍ୟାନ ଅଫ ଦି ମ୍ୟାଚ ଭାବେ ବିଜୟୀ ଦଳର ସରୋଜ ସେଠୀ ବ୍ୟକ୍ତିଗତ ଭାବେ ୪୦ବଲ ଖେଳି ୯୦ ରନ ସଂଗ୍ରହ କରିଥିବାରୁ । ଖେଳ ପରିଚାଳନା କରୁଥିଲେ ଧରଣୀଧର ବିଶ୍ଵାଳ ଓ ଅଜୟ ସାହୁ। ସ୍କୋର ର ଭାବରେ ରୁଦ୍ରନାରାୟଣ ଦାସ ଓ କୁନା ରହିଥିବାବେଳେ କମେଟ୍ରି ଭାବେ ଅୟଶକାନ୍ତ ମହାପାତ୍ର ରହିଥିଲେ ।  ଏଠାରେ ସୂଚନାଯୋଗ୍ୟ ଯେ ଚଳିତବର୍ଷ ୧୬ଟି ଦଳ ଢେଙ୍କାନାଳ କଟକ ଓ ଯାଜପୁର ଅଞ୍ଚଳରୁ ଏହି ଖେଳରେ ଭାଗନେଇଛନ୍ତି ।୨୭ତାରିଖ ପର୍ଯ୍ୟନ୍ତ ଲିଗ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଖେଳ ପରିଚାଳନା ସୁତ୍ରରୁ ପ୍ରକାଶ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.